Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ସ୍ତ୍ରୀର ତଣ୍ଟି ଚିପି ଗଛରେ ଟାଙ୍ଗିଦେଇଥିଲା ନୃଶଂସ ସ୍ବାମୀ, ଗଛଡାଳ ଭାଙ୍ଗି ପଡିବାରୁ ବଞ୍ଚିଗଲା ଜୀବନ

14/06/2019 at 3:20 PM

ଆନନ୍ଦପୁର ୧୪|୬: ସ୍ତ୍ରୀର ତଣ୍ଟି ଚିପି ଗଛରେ ଟାଙ୍ଗିଦେଇଥିଲା ନୃଂଶସ ସ୍ବାମୀ । ଗଛଡାଳ ଭାଙ୍ଗି ପଡିବାରୁ ବଞ୍ଚିଗଲା ସ୍ତ୍ରୀର ଜୀବନ । ମୃତ୍ୟୁ ସହ ସଂଗ୍ରାମ କରି କାଜୁ ଜଙ୍ଗଲରେ ପାହିଲା ରାତି । ଜଣେ ନୃଂଶସ ସ୍ବାମୀର ବର୍ବରର କାଣ୍ଡ ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ନଦୂଆଁ ଗାଁରେ । ନିଜ ସ୍ତ୍ରୀକୁ ହତ୍ୟା ଉଦ୍ୟମ କରିଛି ସ୍ବାମୀ । ହେଲେ ସୌଭାଗ୍ୟ ବଶତଃ ପ୍ରାଣ ହରାଇବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସ୍ତ୍ରୀ । ସ୍ତ୍ରୀର ତଣ୍ଟିଚିପିବା ପରେ ବେହୋସ ସ୍ତ୍ରୀକୁ ଓଡଣୀ ସାହାଯ୍ୟରେ ଗଛରେ ଟାଙ୍ଗି ଛାଡି ଚାଲିଯାଇଥିଲେ ସ୍ବାମୀ । ହେଲେ ଗଛଡାଳ ଭାଙ୍ଗିଯିବାରୁ ଚେତାଶୂନ୍ୟ ହୋଇ ତଳେ ପଡିଥିବା ସ୍ତ୍ରୀର ହୋସ୍ ଫେରିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅନ୍ତର୍ଗତ ଘଣ୍ଟଗଡିଆ ଗାଁର  ସ୍ବର୍ଗତ ଶଶିକାନ୍ତ ଦେହୁରୀଙ୍କ ବଡ ଝିଅ ଗୌରୀଙ୍କ ସହ ପ୍ରାୟ ୭ବର୍ଷ ପୂର୍ବେ ଘସିପୁରା ଥାନା ନଦୂଆଁ ଗାଁର ମାଗୁଣି ଦେହୁରୀଙ୍କ ପୁଅ ପ୍ରମୋଦଙ୍କ ବିବାହ ହୋଇଥିଲା । ଉଭୟଙ୍କର ଏକ କନ୍ୟା ମଧ୍ୟ ଅଛି । ହେଲେ ପ୍ରମୋଦ ଗୌରୀକୁ ବିଭିନ୍ନ ସମୟରେ ମାଡଗାଳି ଦେଉଥିବା ଅଭିଯୋଗ ହୋଇଛି । ଏପରିକି ଘସିପୁରା , ଅଗରପଡା ଥାନାରେ ଏନେଇ ପୂର୍ବରୁ ଅଭିଯୋଗ ହୋଇ ଆପୋଷ ସମାଧାନ ହୋଇଛି ।

ଗତକାଲି ସନ୍ଧ୍ୟାରେ ଝିଅର ଡ୍ରେସ୍ କିଣିବାକୁ କହି ପ୍ରମୋଦ ଗୌରୀକୁ ଦେଓଗାଁ ମାର୍କେଟ୍ ନେବାକୁ ବାହାରିଥିଲା । ହେଲେ ଦେଓଗାଁ ନେବା ପରିବର୍ତ୍ତେ ତାକୁ ଝାଡକୁଣ୍ଡି ନିକଟରେ ଥିବା ଏକ କାଜୁ ଜଙ୍ଗଲକୁ  ନେଇଯାଇ ସେଠାରେ ପ୍ରଥମେ ତାକୁ ମାଡ ମାରିବା ସହ ତଣ୍ଟିଚିପି ଦେଇଥିଲେ । ଗୌରୀ ବେହୋସ ହେବାପରେ ଗୌରୀର ଓଡଣୀରେ ତାକୁ ଏକ ଗଛରେ ଟାଙ୍ଗି ଦେଇ ପଳାଇଥିଲା । ହେଲେ ଗଛର ଡାଳଟି ଭାଙ୍ଗି ପଡିବାରୁ ସେ ତଳେ ପଡିଯାଇଥିଲା ।

ଆଜି ସକାଳୁ ହୋସ୍ ଆସିବାପରେ ଗାଁ ଲୋକେ ତାଙ୍କୁ ଉଦ୍ଧାର କରିବା ସହ ବାପଘର ଲୋକଙ୍କୁ ଖବର ଦେଇଥିଲେ । ବାପଘର ଲୋକେ ପହଞ୍ଚି ଗୌରୀକୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନରେ ଭର୍ତ୍ତି କରିଛନ୍ତି । ଏ ସମ୍ପର୍କରେ ଅଭିଯୋଗ ପାଇ ଘସିପୁରା ପୋଲିସ ପ୍ରମୋଦକୁ ଖୋଜାଖୋ କରୁଛି । ହେଲେ ପ୍ରମୋଦ ଫେରାର ହୋଇଥିବା ଜଣାପଡିଛି । 

   Related Posts