ପତ୍ନୀଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଡାକ୍ତରଙ୍କ ଉପରକୁ ଫାୟାରିଂ କଲା ଯୁବକ…

Published By : Prameya-News7 Bureau | October 22, 2019 IST

ଅହମଦାବାଦ୨୨|୧୦:  ନିକଟରେ ଜଣେ ଡାକ୍ତରଙ୍କୁ ଜୀବନରୁ ମାରିଦେବା ପାଇଁ ଦିନ ଦ୍ବିପହରେ ତାଙ୍କ ଉପରକୁ ଫାୟାରିଂ କରାଯାଇଥିଲା। ଏହି ଘଟଣା ସଂପର୍କରେ ଡାକ୍ତର ମୁକେଶ ପ୍ରଜାପତି ଥାନାରେ ଏତଲା ଦେଇଥିଲେ। ପୋଲିସ ପ୍ରକୃତ ଘଟଣା ପର୍ଦ୍ଦାଫାଶ କରିଛି । ଚିକିତ୍ସା ସମୟରେ ଅଭିଯୁକ୍ତର ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। ସେଥିଯୋଗୁଁ ଡାକ୍ତର ମୁକେଶଙ୍କ ଉପରକୁ ଅଭିଯୁକ୍ତ ଫାୟାରିଂ କରିଥିଲା।

ସୂଚନାଯୋଗ୍ୟ ​‌ଯେ ହସ୍ପିଟାଲରୁ ବାଇକ୍‌ରେ ଡାକ୍ତର ଫେରିବା ସମୟରେ ତାଙ୍କୁ ଫାୟାରିଂ କରାଯାଇଥିଲା। ଡାକ୍ତର ମୁକେଶଙ୍କ ହାତରେ ଗୁଳି ଲାଗିବା ସହ ଅଳ୍ପକେ ବର୍ତ୍ତି ଯାଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଡାକ୍ତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଡାକ୍ତରଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ହସ୍ପିଟାଲରେ ପୋଲିସ ପହଞ୍ଚି ଡାକ୍ତରଙ୍କ ବୟାନ ରେକର୍ଡ କରିଥିଲା।

ପୋଲିସର ସୂଚନା ମୁତାବକ ବିପୁଲ ବ୍ୟାସ୍‌ଙ୍କ ପତ୍ନୀ ଗର୍ଭବତୀ ଥିଲେ। ଅଭିଯୁକ୍ତଙ୍କ  ପତ୍ନୀଙ୍କୁ ଡାକ୍ତର ମୁକେଶ ଚିକିତ୍ସା  କରୁଥିଲେ। ଚିକିତ୍ସା ସମୟରେ ବିପୁଲଙ୍କ ପତ୍ନୀ ରୂପଲ୍‌ଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ହସ୍ପିଟାଲ ସାମ୍ନାରେ ମୃତ ମହିଳାଙ୍କ ସ୍ବାମୀଙ୍କ ସମେତ ପରିବାର ଲୋକ ହଙ୍ଗାମା କରିଥିଲେ। ଡାକ୍ତରଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ବିପୁଲ ଫାୟାରିଂ କରିଥିବା କଥା ନିଜେ ପୋଲିସ ସାମ୍ନାରେ ସ୍ବୀକାର କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.