ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରି ଟ୍ରେନ୍ ଆଗକୁ ଡେଇଁଲା ସ୍ବାମୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | January 15, 2020 IST

ରାଉରକେଲା ୧୫।୧: ରାଉରକେଲା ବନ୍ଧମୁଣ୍ଡା ଥାନା ଅଞ୍ଚଳରେ ଥିବା ଡିଜେଲ କଲୋନୀରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିବା ପରେ ଟ୍ରେନ୍ ଆଗକୁ ଡେଇଁ ସ୍ବାମୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସ୍ବାମୀ ଫିରୁ ବଡାଇକ ବଞ୍ଚିଯାଇଥିବା ବେଳେ ଗୋଟିଏ ଗୋଡ ଆଣ୍ଠୁ ପାଖରୁ କଟିଯାଇଛି । ଅନ୍ୟପକ୍ଷରେ ସ୍ବାମୀର ଭୁଜାଲି ଚୋଟରେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

{"id":211530,"sizeSlug":"large"}

ସୂଚନାଯୋଗ୍ୟ ଯେ, ମାଲବାହୀ ଟ୍ରେନ୍ ଡ୍ରାଇଭର ଫିରୁ ବଡାଇକ ସ୍ତ୍ରୀ ସୁଚିତାଙ୍କ ସହ ବନ୍ଧମୁଣ୍ଡା ଡିଜେଲ କଲୋନୀ  ୧୬୭/୩ ରେଳବାଇ କ୍ବାର୍ଟରରେ ରୁହନ୍ତି । ତାଙ୍କର ବଡ଼ପୁଅ ମେଡିକାଲ ପଢ଼ୁଥିବା ବେଳେ ସାନ ପୁଅ ସ୍କୁଲରେ ପଢୁଛନ୍ତି । କୌଣସି କାରଣରୁ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ବୁଧବାର ଭୋରରୁ ଝଗଡା ହୋଇଥିଲା ।

{"id":211531,"sizeSlug":"large"}

ଏହାପରେ ଉତକ୍ଷିପ୍ତ ହୋଇ ସ୍ବାମୀ ଫିରୁ ସ୍ତ୍ରୀ ସୁଚିତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଲହୁ ଲୁହାଣ କରିଦେଇଥିଲା । ପଡୋଶୀମାନେ ସୁଚିତାଙ୍କୁ ହସ୍ପିଟାଲ ପଠାଇଥିବା ବେଳେ ସ୍ବାମୀ ଆତ୍ମହତ୍ୟା ଉଦ୍ୟମ କରି ଗୋଟିଏ ଗୋଡ ହରାଇଛନ୍ତି । ଏବେ ଉଭୟ ଆଇଜିଏଚରେ ଚିକିତ୍ସିତ ହେଉଛନ୍ତି । ରେଳବାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.