Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ଅଳସୁଆ ସ୍ବାମୀର ନୃଶଂସ କାଣ୍ଡ : ଫାର୍ସାରେ ହାଣି ମା’ ଓ ୨ ଝିଅଙ୍କୁ କଲା ଗୁରୁତର

2/04/2021 at 10:13 AM

ଢେଙ୍କାନାଳ ୨।୪: ନୃଶଂସ ସ୍ବାମୀର ନାରକୀୟ କାଣ୍ଡ । ଅଳସୁଆ ହୋଇ କାମ ଧନ୍ଧା ନକରି ଘରେ ବସି ରହିଥିବାକୁ ନେଇ ପ୍ରତିବାଦ କରିବାରୁ ଘଟାଇଛି ନୃଶଂସ କାଣ୍ଡ । ଫାର୍ସାରେ ପତ୍ନୀଙ୍କୁ ଆକ୍ରମଣ କରିବାରୁ ପ୍ରତିବାଦ କରିଥିଲେ ଦୁଇ ଝିଅ । ଫଳରେ ରକ୍ତମୁଖା ପଲଟି ଯାଇଥିବା ବାପା ଦୁଇ ଝିଅଙ୍କୁ ମଧ୍ୟ ଛାଡି ନାହିଁ । ଫଳରେ ବାପାର ଫାର୍ସା ଚୋଟରେ ମା’ ଓ ଦୁଇ ଝିଅ ଗୁରୁତର ହୋଇଛନ୍ତି । କାମାକ୍ଷାନଗର ଡିମିରିଆ ଗ୍ରାମରେ ଆଜି ସକାଳେ ଘଟିଛି ଏପରି ଅଭାବନୀୟ କାଣ୍ଡ । ବାପର ଏପରି ନୃଶଂସ କାଣ୍ଡରେ ଚିତ୍କାର କରିବାରୁ ଗ୍ରାମବାସୀ ମିଶି ବାପାକୁ କାବୁ କରିଥିବା ଜଣାପଡ଼ିଛି ।

ସେପଟେ ଗୁରୁତର ମା’ ଓ ଦୁଇ ଝିଅଙ୍କୁ ଚିକିତ୍ସା ପାଇଁ ଗ୍ରାମବାସୀ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ମା’ ଝିଅ ତିନି ଜଣଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ପ୍ରାଣବନ୍ଧୁ ରାଉତ ନାମକ ବ୍ୟକ୍ତି ଏପରି ନୃଶଂସ କାଣ୍ଡ ଘଟାଇଛନ୍ତି । ଗୁରୁତରମାନେ ହେଲେ ପ୍ରାଣବନ୍ଧୁଙ୍କ ପତ୍ନୀ ମିନାକ୍ଷୀ ରାଉତ, ବଡ଼ଝିଅ ୨୩ ବର୍ଷର ଅଞ୍ଜଳି ରାଉତ ଓ ସନଝିଅ ୧୫ବର୍ଷର ମୋନାଲିସା ରାଉତ ବୋଲି ଜଣାପଡିଛି । ଆକ୍ରମଣ କରିବା ପରେ  ଗ୍ରାମବାସୀମାନେ କାବୁ କରି ଘରେ ବନ୍ଦ କରି ରଖିଥିବା ପ୍ରାଣବନ୍ଧୁଙ୍କୁ  କାମାକ୍ଷାନଗର ପୋଲିସ ଗିରଫ କରିଛି । ଆକ୍ରମଣରେ ବ୍ୟବହୃତ ଫାର୍ସାକୁ ମଧ୍ୟ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି । ସ୍ବାମୀର ଫାର୍ସା ଚୋଟରେ ପତ୍ନୀ ମିନାକ୍ଷୀଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାବେଳେ ବଡ଼ଝିଅ ଅଞ୍ଜଳୀଙ୍କ ମୁହଁରେ ଚୋଟ ବାଜିଛି । ସାନଝିଅ ହାତରେ ଗଭୀର କ୍ଷତ ହୋଇଥିବାବେଳେ ଦୁଇ ଝିଅ ବିପଦ ମୁକ୍ତ ଥିବା ଡାକ୍ତରଖାନା ସୁତ୍ରରୁ ସୂଚନା ମିଳିଛି । ଏପରି ଘଟଣାକୁ ନେଇ ଦିମିରିଆ ଗ୍ରାମରେ ଆଲୋଡନ ସୃଷ୍ଟି ହୋଇଛି ।

   Related Posts