Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ପ୍ରବାସରେ ହେଲା ପ୍ରେମ, କରୋନା କାଳରେ ହେଲା ବିବାହ… ସ୍ତ୍ରୀକୁ ବୋତଲ ଭୁଷିଲା ସ୍ବାମୀ !

28/10/2020 at 10:26 AM

ଭଦ୍ରକ ୨୮।୧୦: ପ୍ରବାସରେ କାମ କରୁଥିବା ବେଳେ ପ୍ରେମ ହେଲା । ପରେ କରୋନା ବେଳେ ଗାଁକୁ ଫେରିଲେ । କିନ୍ତୁ ପୁଅ ଘର ଲୋକେ ଝିଅକୁ ବୋହୁ ଭାବେ ଗ୍ରହଣ କଲେନାହିଁ । କଥା ଥାନା ପର୍ଯ୍ୟନ୍ତ ଗଲା । ଶେଷରେ ଥାନା ପରିସରରେ ଥିବା ମନ୍ଦିରରେ ବିବାହ ହେଲା । କିନ୍ତୁ ସମ୍ପର୍କ ବେଶୀ ଦିନ ଗଲା ନାହିଁ । ସ୍ତ୍ରୀଙ୍କୁ ସମ୍ପର୍କୀୟଙ୍କ ଘରେ ନେଇ ରଖିଲେ । ପୁଣି ରେଳ ଲାଇନ କଡରୁ ଲୋକେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ । ସ୍ତ୍ରୀଙ୍କୁ ବୋତଲ ଭୁଷି ମାରିବା ପାଇଁ ଉଦ୍ୟମ ହୋଇଥିବା କୁହାଯାଉଥିବା ବେଳେ ସେମାନେ ଆତ୍ମହତ୍ୟା ଉଦ୍ୟମ କରିଥାଇପାରନ୍ତି ବୋଲି କୁହାଯାଉଛି । ଭଣ୍ଡାରିପୋଖରୀ ପୋଲିସ ସ୍ବାମୀକୁ ଅଟକ ରଖିଥିବା ବେଳେ ସ୍ତ୍ରୀ ଏବେ ନିଜ ସମ୍ପର୍କୀୟଙ୍କ ଘରେ ରହୁଛନ୍ତି । ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲାରେ ।

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସାରସଦା ଗାଁର ଜନୈକ ଯୁବତୀ ଆନ୍ଧ୍ରପ୍ରଦେଶର ଗୁଣ୍ଡୁରଠାରେ ରହି ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ବନ୍ତ ଥାନା ଅଧୀନସ୍ଥ ତାରାପୁର ଗାଁର ସୁବ୍ରତଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା । ସେମାନେ ଦୀର୍ଘ ୫ ବର୍ଷ ହେଲା ପରସ୍ପରକୁ ଭଲ ପାଉଥିଲେ । କରୋନା ମହାମାରୀ ସମୟରେ ଉଭୟ ଗାଁକୁ ଫେରିଥିଲେ । ଯୁବତୀ ବିବାହ କରିବା ପାଇଁ ସ୍ଥିର କରିଥିବା ବେଳେ ଉଭୟଙ୍କ ପରିବାର ଲୋକେ ବିରୋଧ କରିଥିଲେ । ଯୁବତୀ ବନ୍ତ ଥାନାର ଆଶ୍ରୟ ନେଇଥିଲେ । ସେଠାରେ ସମସ୍ୟା ସମାଧାନ ନ ହେବାରୁ ପୁଣି ଭଣ୍ଡାରିପୋଖରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ଥାନାରେ ସୁବ୍ରତ ପ୍ରେମ ସମ୍ପର୍କ ସ୍ବୀକାର କରିବା ସହ ଥାନା ପରିସରରେ ଥିବା ମନ୍ଦିରରେ ବିବାହ କରିଥିଲେ । ପରେ ସୁବ୍ରତ ତାଙ୍କ ସ୍ତ୍ରୀଙ୍କୁ ସମ୍ପର୍କୀୟଙ୍କ ଘରେ ଛାଡିଥିଲେ ।

ପରେ ତାଙ୍କ ସ୍ତ୍ରୀଙ୍କୁ ନେଇ ମଞ୍ଜୁରୀରୋଡ ଫାଣ୍ଡି ନିକଟ ବିରିଡି ନିକଟରେ ରେଳ ଲାଇନ ନିକଟରୁ ଉଭୟଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ । କେହି କେହି ସ୍ତ୍ରୀଙ୍କୁ ବୋତଲ ଭୁଷିଥିବା କହୁଥିବା ବେଳେ କେହି କେହି ଉଭୟ ଆତ୍ମହତ୍ୟା ପାଇଁ ଯାଇଥିବା ସୂଚନା ଦେଇଛନ୍ତି । ଘଟଣା ବେଳେ ଯୁବକ ଜଣଙ୍କ ନିଶାସକ୍ତ ଥିବା ସୂଚନା ମିଳିଛି । ତେବେ ଭଣ୍ଡାରିପୋଖରୀ  ଥାନାର ଭାରପ୍ରାପ୍ତ ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ ସୁବ୍ରତଙ୍କୁ ଅଟକ ରଖିଥିବା ବେଳେ ଏବେ ମହିଳାଙ୍କୁ ନିଜ ସମ୍ପର୍କୀୟଙ୍କ ହେପାଜତରେ ଛାଡ଼ିଛି ପୋଲିସ । ତେବେ ଘଟଣା ନେଇ ଉଭୟଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ଥାନାରେ କୌଣସି ଲିଖିତ ଅଭିଯୋଗ ମଧ୍ୟ ହୋଇନାହିଁ ।

   Related Posts