ପୋଷ୍ଟମର୍ଟମ ରିପୋର୍ଟ ଧରାଇଦେଲା ସତ : ସ୍ତ୍ରୀର ତଣ୍ଟିଚିପି ହତ୍ୟା କରିଥିଲା, ବାନ୍ଧିଲା ପୋଲିସ

Published By : Prameya-News7 Bureau | January 09, 2021 IST

ଆନନ୍ଦପୁର ୯।୧: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା କେଶଦୁରାପାଳ ଗାଁରେ ଗତ ୪ ତାରିଖ ରାତିରେ ବିବାହିତା ମହିଳା ଜୟନ୍ତୀ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଉପରୁ ପରଦା ଉଠିଛି । ପୋଷ୍ଟମର୍ଟମ ରିପୋର୍ଟରେ ତାଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିବା ସ୍ପଷ୍ଟ ହେବାପରେ ଅଭିଯୁକ୍ତ ସ୍ବାମୀ ବିପିନ ସାହୁଙ୍କୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଘଟଣା ଦିନ ରାତିରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ବିପିନ ରାଗିଯାଇ ଜୟନ୍ତୀଙ୍କ ପଛପଟୁ ବେକକୁ ଚିପି ଧରିଥିଲା । ଫଳରେ ସେ ବେହୋସ ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ନେଇଥିଲେ । ମାତ୍ର ଡାକ୍ତରଖାନା ପହଁଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିସାରିଥିଲା ।

ପୂର୍ବରୁ ଜୟନ୍ତୀକୁ ଯୌତୁକ ପାଇଁ ବିପିନ ମାଡ ମାରିବା ସହ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିବା ନେଇ ଜୟନ୍ତୀ ବାପଘର ଲୋକେ ଅବଗତ ଥିଲେ । ଜୟନ୍ତୀଙ୍କର ହଠାତ୍ ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରିନଥିଲେ ବାପଘର ଲୋକ । ଝିଅକୁ ମାରିଦେଇଥିବା ନେଇ ଘସିପୁରା ଥାନାରେ ବାପଘର କ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ଓ ପୋଷ୍ଟମର୍ଟମ ରିପୋର୍ଟକୁ ଆଧାର କରି ପୋଲିସ ବିପିନ ସାହୁକୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.