କୋଲକାତାରୁ ସ୍ତ୍ରୀଙ୍କ ମୃତଦେହ ଆଣି କେନ୍ଦ୍ରାପଡ଼ାରେ ରାତିଅଧିଆ ପୋଡ଼ିବାକୁ ଉଦ୍ୟମ କରୁଥିବାବେଳେ ଧରାପଡ଼ିଲେ ସ୍ୱାମୀ

Published By : Prameya-News7 Bureau | October 15, 2018 IST

କେନ୍ଦ୍ରାପଡା ୧୫/୧୦ : କୋଲକାତାରେ ମୃତ୍ୟୁ ବରଣ କରିଥିବା ସ୍ତ୍ରୀର ଶବ କେନ୍ଦ୍ରାପଡ଼ାରେ ପୋଡିବା ପାଇଁ ଉଦ୍ୟମ କରୁଥିବା ସ୍ଵାମୀକୁ ଗିରଫ୍ କରିଛି ନିକିରାଇ ପୁଲିସ | ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ଇଟିପୁର୍ ଗ୍ରାମରେ | ଏହି ଗ୍ରାମର ସ୍ମୃତି ରଞ୍ଜନ ବେହେରା ନିଜ ସ୍ତ୍ରୀ ଅନିତା ରାଣୀ ଓ ଦୁଇ ପିଲାଙ୍କ ସହ କୋଲକାତାରେ ରହି ଆସୁଥିଲେ | ଗତ ୧୩ ତାରିଖ ରାତିରେ ସ୍ମୃତି ରଞ୍ଜନଙ୍କ ସ୍ତ୍ରୀ ଅନିତାଙ୍କର କୋଲକାତାରେ ମୃତ୍ୟୁ ଘଟିଥିଲା | ସ୍ମୃତି ରଞ୍ଜନ ସ୍ତ୍ରୀର ଶବ ବ୍ୟବଚ୍ଛେଦ ନକରି ଏକ ପିକଅପ ଭ୍ୟାନରେ ନିଜ ଗାଁକୁ ନେଇ ଆସିଥିଲେ | କେବଳ ସେତିକି ନୁହେଁ ଗାଁରେ ଶବ ବ୍ୟବଚ୍ଛେଦ ନକରି ପୋଡି ଦେବା ପାଇଁ ଯୋଜନା କରୁଥିବା ବେଳେ ମୃତ ଅନୀତାଙ୍କର ବାପ ଘର ଲୋକେ ନିଜ ଝିଅକୁ ମାରିଦିଆ ଯାଇଥିବା ନିକିରାଇ ଥାନାରେ ଅଭିଯୋଗ କରିଥିଲେ | ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଅଭିଯୁକ୍ତ ସ୍ଵାମୀ ସ୍ମୃତି ରଞ୍ଜନଙ୍କୁ ଗିରଫ୍ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି | ଅଭିଯୁକ୍ତ ସ୍ୱାମୀ ସ୍ମୃତି ରଞ୍ଜନ ଓ ମୃତ ପତ୍ନୀ ଅନିତା ରାଣୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ମନୋମାଳିନ୍ୟ ଥିବା ଅନିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି | ତେବେ ଉଭୟଙ୍କ ମଧ୍ୟରେ ନିୟମିତ ଗଣ୍ଡଗୋଳ ଘଟୁଥିବାରୁ ଅନୀତାଙ୍କର ଅlଠ ବର୍ଷର ପୁଅ କିଛିଦିନ ମାମୁଁ ଘରେ ମଧ୍ୟ ରହୁଥିଲା | କୋଲକାତାରେ ଏକ ଦୋକାନରେ କାମ କରୁଥିବା ସ୍ମୃତି ରଞ୍ଜନ ଅନିତାଙ୍କୁ ହତ୍ୟା କରିଥିବା ଅନିତାଙ୍କ ଭାଇ ଅଭିଯୋଗ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.