Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||

ଗିରଫ ହେଲା ସୈତାନ ସ୍ଵାମୀ : ଠେଙ୍ଗାରେ ସ୍ତ୍ରୀକୁ ପିଟି ମାରିବା ପରେ ଫିଙ୍ଗି ଦେଇଥିଲା ନଦୀକୁ

2/11/2020 at 2:37 PM

ବାଲିପାଟଣା ୨।୧୧: ବାଲିଅନ୍ତା ଥାନା ଭିଙ୍ଗାରପୁର ବ୍ରିଜ୍ ନିକଟ କୁଶଭଦ୍ରା ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର ହେବା ଘଟଣାରେ ସୈତାନ ସ୍ଵାମୀକୁ ଗିରଫ କରିଛି ବାଲିଅନ୍ତା ପୋଲିସ । ଗିରଫ ପରେ ପୋଲିସ ସାମ୍ନାରେ ସବୁ ସତ କଥା ମାନି ଯାଇଛି ହତ୍ୟାକାରୀ ରମଣୀ ରଂଜନ ମହାନ୍ତି । ମୃତ ନିର୍ମଳାଙ୍କ ଭାଇ ପ୍ରଫୁଲ ଥାନାରେ ଅଭିଯୋଗ କରିଥିଲେ ।

ସୂଚନା ଅନୁସାରେ ୨୦ ବର୍ଷ ପୂର୍ବେ ନିର୍ମଳା ଏବଂ ରମଣୀଙ୍କର ବିବାହ ହୋଇଥିଲା । ବାହାଘର ପରେ ବିଭିନ୍ନ ସମୟରେ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗେ ସମାଧାନ ମଧ୍ୟ ହୁଏ । ଅନେକ ଥର ନିର୍ମଳାଙ୍କୁ ମାରଧର କରେ ରମଣୀ । ପ୍ରାୟ ଏକ ବର୍ଷ ପୂର୍ବେ ଦୁହଁଙ୍କର ଝଗଡା ଲାଗି ନିର୍ମଳା ବାପଘରେ ରହୁଥିଲେ । ଭଦ୍ରଲୋକଙ୍କ ଉପସ୍ଥିତିରେ ଝଗଡାର ସମାଧାନ କରାଯାଇ ନିର୍ମଳା ଗତ ସେପ୍ଟେମ୍ବର ୧୫ ତାରିଖରେ ବାଲିଅନ୍ତା ଥାନା ବାଲିକାନ୍ଥିଆ ଗ୍ରାମକୁ ଫେରିଥିଲେ । ପୁନର୍ବାର ରମଣୀ ମାରଧର କରିଥିଲା ନିର୍ମଳାଙ୍କୁ ।

ଶୁକ୍ରବାର ଭୋର୍ ସମୟରେ ନିର୍ମଳାଙ୍କୁ ସାଇକେଲରେ ବସାଇ  ବାପଘରେ ଛାଡ଼ିଦେବାକୁ କହି ଭିଙ୍ଗାରପୁର ବ୍ରିଜ ନିକଟକୁ ଆଣିଥିଲା । ସାଥିରେ ଆଣିଥିବା ଏକ ଠେଙ୍ଗା (କୋଦାଳ ବେଣ୍ଟ) ରେ ଅତର୍କିତ ଆକ୍ରମଣ କରିଥିଲା ନିର୍ମଳାଙ୍କୁ । ଠେଙ୍ଗା ମାଡରେ ନିର୍ମଳାଙ୍କର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା । ନିର୍ମଳାଙ୍କ ମୁଣ୍ଡ ପଛ ପାର୍ଶ୍ଵରେ ଠେଙ୍ଗା ପ୍ରହାରରେ ନିସ୍ତେଜ ହୋଇଯାଇଥିଲେ ନିର୍ମଳା । ପରେ ବ୍ରିଜ୍ ଉପରୁ ନଦୀକୁ ନିର୍ମଳାଙ୍କୁ ଫିଙ୍ଗି ଦେଇଥିଲା ରମଣୀ । ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗାକୁ ମଧ୍ୟ ସେହିଠାରେ ଫିଙ୍ଗିଦେଇଥିଲା । ପରେ ଘରକୁ ଫେରି ଆସିଥିଲା ରମଣୀ । ଏ ସମସ୍ତ ଘଟଣା ପୋଲିସ ଆଗରେ ବଖାଣିଛି ହତ୍ୟାକାରୀ ।

   Related Posts