Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ନର୍ସଙ୍କ ସନ୍ଦେହଜନଙ୍କ ମୃତ୍ୟୁ: ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ୍, ଘରେ ଅଛି ଏକ ବର୍ଷର ଝିଅ

26/10/2020 at 7:16 PM

କନ୍ଧମାଳ୨୬/୧୦: ଷ୍ଟାପନର୍ସ ମୌସୁମୀ ମିଶ୍ରଙ୍କ ମୃତ୍ୟୁ ଘଟଣାରେ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍। ରାତି ୮ଟାରେ ଡ୍ୟୁଟି ବାହାରିବା ବେଳେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା କିଛି ସମୟ ପରେ ସ୍ତ୍ରୀ ମୌସୁମୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି।

ତେବେ ଏହି ଘଟଣାରେ ମୃତ ମୌସୁମୀଙ୍କ ସହକର୍ମୀମାନେ ଆନ୍ଦୋଳନ କରିଥିଲେ। ସେମାନଙ୍କ ଦାବି ଥିଲା ଯେ, ମୌସୁମୀ ଆତ୍ମହତ୍ୟା କରି ନାହାନ୍ତି, ତାଙ୍କୁ ହତ୍ୟା କରି ଦିଆଯାଇଛି। ତେଣୁ ତଦନ୍ତ କରି ପ୍ରକୃତ ଦୋଷୀ ଗିରଫ କରାଯାଉଛି। ଅନ୍ୟପଟେ ମୌସୁମୀଙ୍କ ମୃତ୍ୟୁ ଘଟଣାରେ ଥାନାରେ କେହି ଏତଲା ଦେଇ ନଥିଲେ। ପରବର୍ତ୍ତୀ ସମୟରେ ମୃତ ମହିଳାଙ୍କ ବାପଘର ଲୋକେ ଥାନାରେ ଏତଲା ଦେବା ପରେ ସ୍ବାମୀ ରମାନାଥ ଦାସଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।

 ସୂଚନାଥାଉକି, ପରିବାର ବିରୋଧରେ ମୌସୁମୀ ପ୍ରେମ ବିବାହ କରିଥିଲେ। ଘରେ ତାଙ୍କର ଏକ ବର୍ଷର ଝିଅ ମଧ୍ୟ ଅଛି। ଢ଼େଙ୍କାନାଳ ଜିଲ୍ଲାରେ ମୌସୁମୀଙ୍କ ପ୍ରକୃତ ଘର। ସେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଷ୍ଟାପନର୍ସ ଭାବେ କାର୍ଯ୍ୟ କରୁଥିଲେ।

   Related Posts