ଛାଡପତ୍ର ପରେ କମ୍ ଭରଣପୋଷଣ ଦେବାକୁ ସ୍ବାମୀ କରିଥିଲା ପ୍ଲାନିଂ, ସ୍ତ୍ରୀଙ୍କ ଇନକମ୍ ଟାକ୍ସ ଆଇଡି ହ୍ୟାକ୍ କରି ଏବେ ଗିରଫ

Published By : Prameya-News7 Bureau | December 18, 2020 IST

ନୂଆଦିଲ୍ଲୀ ୧୮।୧୨: ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଛାଡପତ୍ରକୁ ନେଇ ମାମଲା ଚାଲିଥିଲା । ବ୍ୟାଙ୍କରେ କାମ କରୁଥିବା ସ୍ବାମୀ କେମିତି ଭରଣପୋଷଣ ପାଇଁ କମ୍ ଟଙ୍କା ଦେବେ ସେନେଇ ଯୋଜନା କଲେ । ସ୍ତ୍ରୀର ଇନକମ୍ ଟାକ୍ସ ଆଇଡିର ପାସଓ୍ବାର୍ଡ ଚୋରି କରିବାକୁ ଉଦ୍ୟମ କରିଥିଲେ । ଏହାପରେ ଏହାର ଆଲର୍ଟ ସ୍ତ୍ରୀଙ୍କ ମୋବାଇଲରେ ପହଞ୍ଚି ଯାଇଥିଲା । ଫଳରେ ସ୍ତ୍ରୀ ଏ ଘଟଣାକୁ ନେଇ ଅଭିଯୋଗ କରିଦେଇଥିଲେ । ଅଭିଯୋଗକୁ ଆଧାର କରି ଠାକୁରଗଞ୍ଜ କୋତବାଲିରେ ମାମଲା ରୁଜୁ କରାଗଲା । ଏହି ମାମଲା ଏସଟିଏଇର ସାଇବର ସେଲକୁ ଦିଆଯାଇଥିଲା । ସାଇବର ସେଲ୍ ଯାଞ୍ଚ ସମୟରେ ସଂପୃକ୍ତ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଥିଲେ । ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରି ଠାକୁରଗଞ୍ଜ ପୋଲିସକୁ ହସ୍ତାନ୍ତର କରିଥିଲେ ।

ସୂଚନାଯୋଗ୍ୟ ଯେ, ବ୍ୟାଙ୍କ୍ ଅଧିକାରୀ ଅକ୍ଷତ ବିଜୟଙ୍କର ତାଙ୍କ ସ୍ତ୍ରୀଙ୍କ ସହ ଛାତପତ୍ର ମାମଲା ଚାଲିଛି । ତାଙ୍କୁ କେହି ଜଣେ କହିଥିଲେ ଯେ, ଯଦି ସ୍ତ୍ରୀଙ୍କ ଇନକମ୍ ଟାକ୍ସ ଦସ୍ତାବେଜରେ ନିଜଠାକୁ ଅଧିକ ଆୟ ଦେଖାଇଦିଆଯିବ ତେବେ ସ୍ତ୍ରୀଙ୍କୁ ଭରଣପୋଷଣ ପାଇଁ କମ୍ ଅର୍ଥ ପ୍ରଦାନ କରାଯିବ । ଏହାପରେ ଅକ୍ଷତ ତାଙ୍କ ସ୍ତ୍ରୀଙ୍କ ଇନକମ୍ ଟାକ୍ସ ଆଇଡିକୁ ବଦଳାଇବା ପାଇଁ ଚେଷ୍ଟା କରିଥିଲେ । ପାସ୍‌ଓ୍ବାର୍ଡ ବଦଳାଇବା ପାଇଁ ଚେଷ୍ଟ କରିବା ସଙ୍ଗେ ସଙ୍ଗେ ସ୍ତ୍ରୀଙ୍କ ମୋବାଇଲକୁ ଏକ ଅଲର୍ଟ ଆସିଥିଲା । ଏହାପରେ ସ୍ତ୍ରୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।

ସାଇବର ସେଲ୍ ଅଧିକାରୀଙ୍କ ଅନୁସାରେ, କୌଣସି ବ୍ୟକ୍ତିଙ୍କ ବ୍ୟକ୍ତିଗତ ତଥ୍ୟକୁ ପରିବାରର କେହି ଅସତ୍ ଉପାୟରେ ବ୍ୟବହାର କରିପାରିବେନାହିଁ । ଏହା ମଧ୍ୟ ଅପରାଧରେ ଗଣାଯାଏ । ଅଭିଯୋଗ ପରେ ଏଫଆଇର ରୁଜୁ ହେବା ପରେ ସ୍ବାମୀ ଦୋଷୀ ସାବ୍ୟସ୍ତ ହେଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.