ଚଉଠି ରାତିରେ ପୋଲିସ ଥାନାରେ ଫେରାଦ ହେଲା ସ୍ତ୍ରୀ, ସ୍ବାମୀକୁ ଗିରଫ କଲା ସହିଦନଗର ପୋଲିସ

Published By : Prameya-News7 Bureau | July 12, 2019 IST

ଭୁବନେଶ୍ବର ୧୨|୭: ଗତ ୭ ତାରିଖ ଦିନ ଧୁମଧାମ୍ ରେ ହୋଇଥିଲା ବିବାହ । ଚଉଠି ଦିନ ସ୍ତ୍ରୀକୁ ନିସ୍ତୁକ ମାଡ ମାରିଲେ ଯୌତୁକ ଲୋଭୀ ସ୍ବାମୀ । ଥାନାରେ ଅଭିଯୋଗ କଲେ ସ୍ତ୍ରୀ । ଅଭିଯୋଗ ଆଧାରରେ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି ଜେଲ୍‌ ପଠାଇ ଦେଇଛି ପୋଲିସ । ଅଭିଯୁକ୍ତ ହେଉଛନ୍ତି ଭିଏସ୍‌ଏସ୍‌ନଗର ଦେବୀ ପ୍ରସାଦ ନାୟକ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସ୍ଥିତ ଭିଏସ୍‌ଏସ୍‌ନଗରର ଦେବୀ ପ୍ରସାଦଙ୍କର ବିବାହ ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ଶଗଡ଼ା ଗ୍ରାମର ପ୍ରଦୀପ୍ତ ସେନାପତିଙ୍କ ଝିଅ ବନ୍ଦନା ସେନାପତିଙ୍କ ସହ ଗତ ୭ ତାରିଖରେ ଅନୁଷ୍ଠିତ ହୋଇଥିଲା । ବିବାହ ସମୟରେ ବରଘର ଦାବି ମୁତାବକ ବନ୍ଦନାଙ୍କ ପରିବାର ପକ୍ଷରୁ ସୁନାଗହଣା, ଜିନିଷପତ୍ର ଓ ଅଢ଼େଇ ଲକ୍ଷ ଟଙ୍କାରୁ ଦେଢ଼ ଲକ୍ଷ ଟଙ୍କା ଦିଆ ଯାଇଥିଲା । ବାକି ଟଙ୍କା ଚତୁର୍ଥୀ ଦିନ ଦିଆଯିବ ବୋଲି କୁହାଯାଇଥିଲା । ହେଲେ ଚତୁର୍ଥୀରେ ବନ୍ଦନାଙ୍କ ଘର ଲୋକେ ଟଙ୍କା ଦେଇ ନ ପାରିବାରୁ ଦେବୀ ପ୍ରସାଦ ସ୍ତ୍ରୀ ବନ୍ଦନାଙ୍କୁ ନିସ୍ତୁକ ମାଡ ମାରିଥିଲେ । ଫଳରେ ବନ୍ଦନା ସହିଦନଗର ଥାନାରେ ଅଭିଯୋଗ କରିଥିଲେ । ସହିଦନଗର ଥାନା ପୋଲିସ ଯୌତୁକ ନିର୍ଯାତନା ମାମଲା ରୁଜୁ କରି ଦେବୀ ପ୍ରସାଦଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.