ପାରିବାରିକ କଳହର କରୁଣ ପରିଣତି ; ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ବାମୀ, ଅଭିଯୁକ୍ତ ସ୍ବାମୀକୁ ଗିରଫ କଲା ପୋଲିସ
8/11/2018 at 1:05 PM

ମୟୁରଭଞ୍ଜ ୮|୧୧: ମୟୁରଭଞ୍ଜ ଜିଲ୍ଲା ବାରିପଦାରେ ଅଭାବନୀୟ ଘଟଣା ଘଟିଛି । ପଥରରେ ଛେଚି ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ । ଟାଉନ ଥାନା ଅନ୍ତର୍ଗତ ଶୁନଗଡିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର କୀର୍ତ୍ତନ ପଡିଆରୁ ମିଳିଛି ମହିଳାଙ୍କ ମୃତଦେହ । ମୃତକ ମହିଳା ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ସଙ୍ଗୀତା ବୈଠା । ପାରିବାରିକ କଳହରୁ ସ୍ତ୍ରୀକୁ ସ୍ବାମୀ ହତ୍ୟା କରିଛି । ଅଭିଯୁକ୍ତ ସ୍ବାମୀ ଶକ୍ତିପଦ ବୈଠାକୁ ଗିରଫ କରିଛି ପୋଲିସ । ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।