ଗୋଟିଏ ଜୁଇରେ ଜଳିଲା ସ୍ବାମୀ ଓ ସ୍ତ୍ରୀଙ୍କ ଚିତା, କରିଥିଲେ ବାଲ୍ୟ ବିବାହ

Published By : Prameya-News7 Bureau | April 15, 2019 IST

ପାଟଣା୧୫|୪; କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତେନ୍ତେଲା ଗ୍ରାମର ଅଖଡାପଦା ଘଟିଛି ଏକ ଅଭାବନୀୟ ଘଟଣା । ଗୋଟିଏ ଜୁଇରେ ଜଳିଛି ସ୍ବାମୀ ଓ ସ୍ତ୍ରୀ ଙ୍କ ଜୁଇ। ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ଖେଳାଇଦେଇଛି।

{"id":103704}

ତେନ୍ତେଲା ଗ୍ରାମର ଗୌରଚନ୍ଦ୍ର ମହାନ୍ତ ବାଲ୍ୟବିବାହ କରିଥିଲେ ।ତେବେ ଗତ ଶନିବାର ଦିନ ପ୍ରଥମେ ଗୌରଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା ।ସ୍ବାମୀ ଙ୍କ ମୃତ୍ୟୁ ଖବର ଶୁଣିବାର  କେଇ ଘଣ୍ଟା ପରେ ସ୍ତ୍ରୀ ବିନତି ମହାନ୍ତଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।  ଦୁଇଜଣ  ଇହକାଳରେ ସାଥୀ ଥିଲେ ଆଉ ପରକାଳରେ ବି ସାଥୀ ହେଲେ ବୋଲି ସାଧାରଣାରେ ଆଲୋଚନା ହେଉଛି ।  ଲାଗ ଲାଗ ଦୁଇଜଣଙ୍କ ମୃତ୍ୟୁ ଯୋଗୁଁ ଗାଁରେ ଶୋକର ଛାୟ ଖେଳିଯାଇଥିଲା । ତେବେ ମଶାଣିରେ  ଉଭୟ ସ୍ବାମୀ ଓ  ସ୍ତ୍ରୀ ଙ୍କର ଶବ ଗୋଟିଏ ଜୁଇରେ ଜଳିଥିଲା। ମୃତ ଗୌରଚନ୍ଦ୍ର ହେଲେ ପାଟଣା ବ୍ଲକ ବୁଢ଼ୀକାପୁଡି ପଞ୍ଚାୟତ ର ପୂର୍ବତନ ସରପଞ୍ଚ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.