Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ସ୍ୱାମୀ-ସ୍ତ୍ରୀ ଦୁହେଁ ଅଲଗା ହେବେ ବୋଲି ସରିଥିଲା ନିଷ୍ପତ୍ତି, ଗାଡ଼ିରେ ଲଦା ସରିଥିଲା ଜିନିଷ, ହେଲେ ସ୍ତ୍ରୀ ଯିବା ସମୟରେ ସ୍ୱାମୀ…

27/09/2021 at 10:54 PM

ବାଲିପାଟଣା, ୨୭ ।୯ : ସ୍ୱାମୀ-ସ୍ତ୍ରୀ ଦୁହେଁ ଅଲଗା ହେବେ ବୋଲି ସରିଥିଲା ନିଷ୍ପତ୍ତି, ଗାଡ଼ିରେ ଲୋଡ଼ ସରିଥିଲା ଯୌତୁକ ଜନୀତ ଆସବାବ ପତ୍ର । ହେଲେ ସ୍ତ୍ରୀ ଯିବା ସମୟରେ ଦୁହେଁ ଧରାଧରି ହୋଇ ଏପରି କାନ୍ଦିଲେ ଯେ ପରିବାର ଲୋକ ଆଉ ବୁଝାଇ ପାରିଲେନି । ତାପରେ ଯାହା ଘଟିଲା ଆପଣ ଜାଣି ମଧ୍ୟ ହତବାକ୍‌ ହୋଇଯିବେ । 

ତିନି ବର୍ଷ ପୂର୍ବରୁ ହୋଇଥିଲା ବିବାହ । ଭଲ ମନ୍ଦ ଦେଇ ସଂସାର ଗାଡି ଗଡି ଚାଲୁଥିଲା । ଉଭୟଙ୍କର ଏକ ସନ୍ତାନ ମଧ୍ୟ ଜନ୍ମ ନେଇଥିଲା । ମାତ୍ର କୌଣସି କାରଣକୁ ନେଇ ସ୍ଵାମୀ-ସ୍ତ୍ରୀ ମଧ୍ୟରେ ବିବାଦ ଦେଖା ଦେଲା । ଭଦ୍ରଲୋକ ଏହି ଘଟଣାର ସମାଧାନ ପାଇଁ ଚେଷ୍ଟା କଲେ । ମାତ୍ର ସମାଧାନର ସୂତ୍ର ବାହାରି ପାରିନଥିଲା । ଦୁଇ ପରିବାର ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସଂମ୍ପର୍କରେ ପୂର୍ଣ୍ଣଛେଦ ପଡିବା ପରି ଲାଗିଲା । ଦୁଇ ପରିବାର ଏବଂ ଭଦ୍ରଲୋକ ଆଲୋଚନା ପରେ ବିଛେଦ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଶାଶୁଘରେ ଥିବା ବୋହୁ (ସ୍ତ୍ରୀ) ଙ୍କର ସମସ୍ତ ଜିନିଷପତ୍ର ଏକ ଗାଡିରେ ଫେରାଇ ଆଣିବା ପାଇଁ ଲୋଡ ବେଳେ ସ୍ଵାମୀ-ସ୍ତ୍ରୀ ଭୋ ଭୋ ହୋଇ କାନ୍ଦିବା ସହ ଉଭୟ ଆଲିଙ୍ଗନ କରି ରହିଥିଲେ । ଏଥିରେ ଉପସ୍ଥିତ ଲୋକ ପରିସ୍ଥିତି ହୃଦୟଙ୍ଗମ କରିବା ସହ ଦୁହେଁ କ’ଣ ଚାହୁଁଛନ୍ତି ତାହା ବୁଝିଯାଇଥିଲେ । ପରେ ଗାଡିରୁ ସମସ୍ତ ଜିନିଷ ଅନଲୋଡ ହେବା ସହ ସ୍ଵାମୀ ସ୍ତ୍ରୀ ଏକାଠି ହୋଇଥିଲେ ।

   Related Posts