ଘରୋଇ କଳି ନେଲା ଦମ୍ପତ୍ତିଙ୍କ ଜୀବନ : ସ୍ତ୍ରୀର ଆତ୍ମହତ୍ୟା ପରେ କୀଟନାଶକ ଖାଇଦେଲେ ସ୍ୱାମୀ

Published By : Prameya-News7 Bureau | June 14, 2020 IST

ସମ୍ବଲପୁର ୧୪।୦୬: ପାରିବାରିକ କଳହରୁ ଦମ୍ପତ୍ତିଙ୍କ ଆତ୍ମହତ୍ୟା । ସମ୍ବଲପୁର ଜିଲ୍ଲା ଧମା ଥାନା ସାହାସପୁର ଅର୍ଡା ଗାଁର ଘଟଣା । ମୃତ ଦମ୍ପତ୍ତି ହେଲେ ହେମନ୍ତ ବାଗ ଓ ସ୍ତ୍ରୀ ବବି ବାଗ ବୋଲି ଜଣାପଡିଛି । ପାରିବାରିକ କଳହକୁ କେନ୍ଦ୍ର କରି ଦୁହେଁ ଅଲଗା ରହୁଥିଲେ । କିନ୍ତୁ ଗତକାଲି ସ୍ତ୍ରୀ ବବି ବେକରେ ଶାଢି ଲଗାଇ ଆତ୍ମହତ୍ୟା କରିଥିଲେ , ଏହା ଖବର ପାଇ ସ୍ବାମୀ ହେମନ୍ତ ଘରକୁ ଆସିଥିଲେ । ଶେଷରେ ସେ ମାନସିକ ଭାରସାମ୍ୟ ହରାଇ ପାରାକୁଏଟ୍ ଖାଇ ଆତ୍ମହତ୍ୟା କରିଥିଲେ ।

ସୂଚନାଯୋଗ୍ୟ ଯେ,  ହେମନ୍ତ ଓ ବବିଙ୍କର ୨ ବର୍ଷର ଶିଶୁ କନ୍ୟା ରହିଛି । କିନ୍ତୁ ଉଭୟଙ୍କ ମଧ୍ୟରେ ଝଗଡା ଲାଗି ରହୁଥିବାରୁ ଉଭୟେ ଅଲଗା ରହୁଥିଲେ । କୌଣସି କାରଣରୁ ଗତକାଲି ସ୍ତ୍ରୀ ବବି ବେକରେ ଶାଢି ଲଗାଇ ଝୁଲି ପଡିଥିଲେ । ତେବେ ସମ୍ବଲପୁର ସହରରେ କାମ କରୁଥିବା ସ୍ବାମୀ ହେମନ୍ତ ଖବର ପାଇ ଘରକୁ ଫେରିଥିଲେ । ଘରେ ପହଞ୍ଚି ଦେଖନ୍ତି ତ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି । ଯାହାଫଳରେ ହେମନ୍ତ ମାନସିକ ଭାରସାମ୍ୟ ହରାଇ ପାରାକୁଏଟ ପିଇ ଆତ୍ମହତ୍ୟା କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.