ଟଙ୍କା ଉଠାଇ ଫେରିବା ସମୟରେ ସ୍ବାମୀ, ସ୍ତ୍ରୀଙ୍କୁ ଗୁଳିମାଡ଼...

Published By : Prameya-News7 Bureau | March 08, 2020 IST

କନ୍ଧମାଳ୮/୩: କନ୍ଧମାଳରେ MGNREGS ଟଙ୍କା ବ୍ୟାଙ୍କରୁ ଉଠାଇ ଘରକୁ ଫେରୁଥିବା ବେଳେ ଲୁଟ୍‌ର ଶିକାର। ବ୍ୟାଙ୍କରୁ ୨୦ ହଜାର ଟଙ୍କା ଉଠାଇ ସ୍ବାମୀ ସ୍ତ୍ରୀ ଘରକୁ ଫେରୁଥିବା ବଳେ ୨ ଜଣ ଦୁର୍ବୃତ ମୋଟର ସାଇକେଲରେ ଆସିଥିଲେ। 

{"id":235202,"sizeSlug":"large"}

ସ୍ବାମୀ ଶୃଣ୍ଡି ଦିଗାଲଙ୍କୁ ଜବରଦସ୍ତ ଟାଣି ନେଇ ନିଶା ଖୁଆଇ ତାଙ୍କ ନିକଟରୁ ୨୦ ହଜାର ଟଙ୍କା ଲୁଟି ନେଇଥିଲେ। ଏହାପରେ ଶୃଣ୍ଡି ଦିଗାଲଙ୍କୁ ରାସ୍ତା କଡରେ ପକାଇ ଫେରାର ହୋଇଯାଇଥିଲେ ଦୁର୍ବୃତ। ସ୍ତ୍ରୀ ସଙ୍ଗିତା ଦିଗାଲ ଅରାବାଲି ଛକ ରାସ୍ତାକଡରେ ସ୍ବାମୀ ଶୃଣ୍ଡି ଦିଗାଲ ଅଚେତ ଅବସ୍ଥାରେ ପଡିଥିବା ଦେଖି  ବାରଖମା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

{"id":235203,"sizeSlug":"large"}

ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏନେଇ ବାରଖମା ଫାଣ୍ଡିରେ ଏତଲା ଦେବାକୁ ଯାଇଥିଲେ ମଧ୍ୟ ଫାଣ୍ଡି ପୋଲିସ ଏତଲା ରଖିନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.