ଘରୋଇ କଳି ହେଲା କାଳ : ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସ୍ବାମୀ ଗୁରୁତର
30/12/2019 at 11:14 AM

ବାଲେଶ୍ବର ୩୦/୧୨: ସୋର ଛତ୍ରପୁର ନିକଟରେ ଅଭାବନୀୟ ଘଟଣା। ଘରୋଇ କଳି ହେଲା କାଳ। ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିବାକୁ ଚେଷ୍ଟା କରୁଥିବା ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସ୍ବାମୀ ଗୁରୁତର ହୋଇଛନ୍ତି । ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି ।

ଗୁରୁତର ସ୍ବାମୀ ସ୍ତ୍ରୀ ହେଲେ ଶାକିରୁନ୍ ବିବି ଓ ସେଖ ରିଆଜୁଦ୍ଦିନ । ପରିବାର ଲୋକ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Related Posts
ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍ : ବାପା ମୃତ, ଝିଅ ଗୁରୁତର
20 January 2021