ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଶିଳପୁଆରେ ଛେଚି ହତ୍ୟା କଲା ସ୍ବାମୀ, ମାରିବା ପରେ ନିଜେ ଲଗାଇଦେଲା ଫାଶୀ

Published By : Prameya-News7 Bureau | April 05, 2020 IST

ଗୁରୁଗ୍ରାମ ୫।୪: ଲକ୍ ଡାଉନ୍ ବେଳେ ହରିୟାଣାର ଗୁରୁଗ୍ରାମରେ ଘରୋଇ ହିଂସାକାଣ୍ଡି ଘଟମା ଦେଖିବାକୁ ମିଳିଛି । ଗୁରୁଗ୍ରାମର ଗଢୀ ହରସରୁ ଗାଁର ଜଣେ ଯୁବକଙ୍କୁ ତାଙ୍କ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଶିଳପୁଆରେ ଅତି ନିର୍ମମ ଭାବେ ହତ୍ୟା କରିଛି । ସ୍ତ୍ରୀକୁ ହତ୍ୟା କରିବା ପରେ ଯୁବକ ଜଣଙ୍କ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ରିପୋର୍ଟ ଅନୁଯାୟୀ, ମୃତ ଦମ୍ପତିଙ୍କ ୧୪ ବର୍ଷର ଝିଅ ଏହି ଘଟଣାର ଖୁଲାସା କରିଛି । ରାଜସ୍ଥାନ ବାସିନ୍ଦା ପ୍ରମୋଦ କୁମାର ଗୁରୁଗ୍ରାମରେ ଜଣେ ଇଲେକ୍ଟ୍ରି ମେକାନିକ୍ ଭାବେ କାମ କରୁଥିଲେ । ସେ ସେଠାରେ ବହୁ ବର୍ଷ ଧରି ରହିଆସୁଥିଲେ । ଝିଅଙ୍କ କହିବା ଅନୁସାରେ, ତାଙ୍କ ବାପା ସବୁବେଳେ ମା’ଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ । ଫଳରେ ସେମାନଙ୍କ ମଧ୍ୟରେ ଅନକେ ସମୟରେ ଝଗଡା ହେଉଥିଲା । ତେବେ ଲକ୍ ଡାଉନ୍ ଯୋଗୁଁ ତାଙ୍କ ବାପା ଅନେକ ଦିନ ହେଲା ଘରେ ରହୁଥିଲେ । ଘଟଣା ଦିନ ବାପା-ମା’ଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହି ସମୟରେ ବାପା ତାଙ୍କୁ ଅନ୍ୟ ଏକ ରୁମ୍ ରେ ବନ୍ଦ କରି ବାହାରୁ ତାଲା ପକାଇଦେଇଥିଲେ ।

ଝିଅଙ୍କ କହିବା ଅନୁସାରେ, ଏହାପରେ ବାପା ବାହାରେ ପଡିଥିବା ଶିଳପୁଆରେ ମା’ଙ୍କ ମୁଣ୍ଡରେ ଅତି ନିର୍ମମ ଭାବେ ଆକ୍ରମଣ କରିଥିଲେ । ଯାହା ଫଳରେ ମା’ଙ୍କର ସେହିଠାରେ ହିଁ ମୃତ୍ୟୁ ହୋଇଯାଇଥିଲା । ଏହାପରେ ବାପା ବାଥରୁମରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ।

ମୃତ ଦମ୍ପତ୍ତିଙ୍କ ବୟାନ ଆଧାରରେ ପୋଲିସ ଅଭିଯୁକ୍ତ ପ୍ରମୋଦ କୁମାରଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଥିଲା । ଏହାପରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାକୁ ପଠାଇଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.