ପରିବାର ଚାହୁଁ ନା ପ୍ରେମିକ ଚାହୁଁ ..ସ୍ତ୍ରୀଠାରୁ ଏହି ପ୍ରଶ୍ନର ଉତ୍ତର ପାଇଲା ପରେ ଘଟିଲା ଏହି ଘଟଣା ..ତା ପରେ ଜାଣନ୍ତୁ

Published By : Prameya-News7 Bureau | April 01, 2019 IST

ଗୋରଖପୁର ୧/୩- ପରିବା ଚାହୁଁ ନା ପ୍ରେମିକ ଚାହୁଁ ? ସ୍ତ୍ରୀକୁ ଏହି ପ୍ରଶ୍ନ ପଚାରିବା ପରେ ସ୍ଵାମୀ ନେଇଥିଲା ନିଷ୍ପତ୍ତି । ତା ପରେ କଣ ହେଲେ ଆସନ୍ତୁ ଜାଣିବା ।

ସ୍ଵାମୀ ଜାଣିଥିଲା ସ୍ତ୍ରୀର ପରକୀୟା ପ୍ରେମର କାହାଣୀ । ଗାଁକୁ ଆସିଲେ ବିବାହିତ ପ୍ରେମିକ ଆସୁଥିଲା ଦେଖା କରିବାକୁ । ପୁରୁଣାଦିନର ପ୍ରେମ ଭୁଲି ହେଉ ନଥିଲା କି ଛାଡ଼ି ହେଉ ନଥିଲା ସ୍ଵାମୀଙ୍କୁ । ମଝିରେ ପଡ଼ି ମହିଳା ବି ନେଲେ ଏହି ନିଷ୍ପତ୍ତି । ସ୍ଵାମୀ ସହ ମିଶି କଲେ ଏହିକାମ । ଜାଣିବେ ତ ଉଡ଼ିଯିବ ଆପଣଙ୍କ ହୋସ୍ ।

ଗୋରଖପୁର ବେଲପାରଗାଁର ଶେଷନାଥ । ବିବାହ ପୂର୍ବରୁ ରୀତାକୁ ପାଉଥିଲା ଭଲ । କିନ୍ତି କୌଣସି କାରଣରୁ ବିବାହ ରୀତା ସହ ହୋଇପାରି ନଥିଲା । କିନ୍ତୁ ପ୍ରେମ ଯେମିତି ଥିଲା ସେମିତି । ବିବାହ କରିଯାଇଥିଲେ ଶେଷନାଥ ଓ ରୀତା ଅଲଗା ଅଲଗା ଜାଗାରେ । କିନ୍ତୁ ସୁବିଧା ପାଇଲେ କେହି କାହାକୁ ଛାଡ଼ୁ ନଥିଲେ । ଉଭୟେ ମିଶୁଥିଲେ ନିରୋଳାରେ ।

ବିବାହର ୫ବର୍ଷ ହୋଇଯାଇଥିଲେ ବି ଶେଷନାଥ କି ରୀତା କେହି କାହାକୁ ଭୁଲି ନଥିଲେ । ଶେଷନାଥ ଦିଲ୍ଲୀରେ ଚାକିରି କରୁଥିଲେ । ଯେତେବେଳେ ବି ଘରକୁ ଆସୁଥିଲେ ରୀତା ସହ ମିଶିବା ନିଶ୍ଚିତ ଥିଲା ।ଏହିକଥା ସ୍ଵାମୀ ଜାଣିବା ପରେ ସିଧା ସିଧା ପଚାରିଥିଲା ରୀତାକୁ । ପରିବାର ଚାହୁଁ  ନା ପ୍ରେମିକ ଚାହୁଁ । ରୀତା ଏହିକଥାରେ ପରିବାର ଚାହେଁ ବୋଲି କହିବା ପରେ ପ୍ରେମସଂପର୍କ କାଟିବାକୁ କହିଥିଲା ରୀତାକୁ ।

ଶେଷନାଥ ଦିଲ୍ଲୀରୁ ଘରକୁ ଆସିଥିଲା । ରୀତା ଶେଷନାଥକୁ ଦେଖା କରିବାକୁ ଘରକୁ ଡ଼ାକିଥିଲା । ପୂର୍ବରୁ ପ୍ଲାନିଂ ଅନୁସାରେ ସେମାନେ ଶେଷନାଥକୁ ହତ୍ୟା କରି ଘରଠାରୁ କିଛିଦୂରରେ ପୋତିଦେଇଥିଲେ ।

ଶେଷନାଥକୁ କେହି ଅପହରଣ କରିଥିବା ନେଇ ଥାନାରେ ଏତାଲା ଦେଇଥିଲେ ପରିବାର ଲୋକ । ଶେଷଦେବ ସହିତ କାହାକାହା ସହିତ ସଂପର୍କ ଅଛି ଜାଣିବା ପରେ ରୀତାର ମୋବାଇଲ ଟ୍ରାକିଂ କରି ପୋଲିସ ସେମାନଙ୍କୁ ଧରିଥିଲା । ଏହି ଘଟଣାରେ ରୀତା ଓ ତାଙ୍କ ସ୍ଵାମୀକୁ ଗିରଫ କରି ପୋଲିସ କରିଛି କୋର୍ଟ ଚାଲାଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.