ମହିଳାଙ୍କୁ ବ୍ଲାକମେଲିଂ ଅଭିଯୋଗରେ ସ୍ୱାମୀ-ସ୍ତ୍ରୀ ଗିରଫ, କୋର୍ଟ ଚାଲାଣ
15/12/2020 at 1:31 PM

ପାଟଣା ୧୫।୧୨: ଜଣେ ମହିଳାଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗରେ ୨ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ୨ଜଣ କପୁଣ୍ଡି ଗ୍ରାମର ସ୍ୱାମୀ-ସ୍ତ୍ରୀ ବୋଲି ଜଣାପଡିଛି । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ଦମ୍ପତି ହେଲେ କପୁଣ୍ଡି ଗ୍ରାମର ତପନ କୁମାର ବେଜ, ଓ ତାଙ୍କ ସ୍ତ୍ରୀ ଅଙ୍କିତା ବେଜ।
ଅଭିଯୋଗ ଅନୁଯାୟୀ ଅନୁଯାୟୀ, ପାଟଣା ଥାନା ଟାଙ୍ଗରପଡା ଅଞ୍ଚଳର ଜଣେ ଛାଡପତ୍ର ଫାଇଲ କରିଥିବା ବିବାହିତା ମହିଳାଙ୍କ ସହିତ ତପନଙ୍କ ପ୍ରେମ ସମ୍ପକ ରହିଥିଲା। ମହିଳାଙ୍କ ସହିତ ତପନଙ୍କ ଶାରୀରିକ ସମ୍ପର୍କ ରହିଥିଲା । ଯାହାପରେ ତପନ ଓ ତାଙ୍କ ସ୍ତ୍ରୀ ମିଶି ଉକ୍ତ ମହିଳାଙ୍କୁ ଲକ୍ଷାଧିକ ଟଙ୍କା ଦାବି କରି ଥିଲେ। ଟଙ୍କା ନଦେଲେ ଉକ୍ତ ସମ୍ପର୍କର ଫଟୋ ଓ ଭିଡ଼ିଓକୁ ଭାଇରାଲ କରିବା ପାଇଁ ସମ୍ପୃକ୍ତ ମହିଳାଙ୍କୁ ଧମକ ଦେଇଥିଲେ ଦମ୍ପତି । ଏନେଇ ମହିଳା ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଥିଲେ। ବ୍ଲାକ ମେଲିଂ କରୁଥିବାର ଅଭିଯୋଗ ଆଣି ପାଟଣା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପାଟଣା ପୋଲିସ ଘଟଣାର ତଦନ୍ତ କରି ତପନ ଓ ତାଙ୍କ ସ୍ତ୍ରୀ ଅଙ୍କିତା ବେଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।