ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ଗଲା ସ୍ବାମୀଙ୍କ ଜୀବନ, ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦମ୍ପତ୍ତି ମୃତ
2/01/2020 at 8:26 AM

ଜୟପୁର ୦୨।୦୧: କୋରାପୁଟ ଜିଲ୍ଲା ଜୟପୁର ସୁନାବେଡ଼ା ପୋଲିସ କ୍ୟାମ୍ପରେ ଘଟିଛି ଅଘଟଣ । ବିଦ୍ୟୁତ ଆଘାତରେ ସ୍ବାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ସ୍ବାମୀଙ୍କ ନାମ ସୁଧାକର ବିଶ୍ବାଳ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ସକାଳ ସମୟରେ ଗାଧୋଇବା ପାଇଁ ପାଣି ଗରମ କରିବାକୁ ଯାଇଥିଲେ ସୁଧାକରଙ୍କ ପତ୍ନୀ । କିନ୍ତୁ ସ୍ତ୍ରୀ ପାଣି ଗରମ କରୁଥିବା ସମୟରେ ହଠାତ୍ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା । ସ୍ତ୍ରୀଙ୍କ ପାଟି ଶୁଣି ସ୍ବାମୀ ସୁଧାକର ତାଙ୍କୁ ବଞ୍ଚାଇବା ପାଇଁ ଦୌଡି ଆସିଥିଲେ । କିନ୍ତୁ ଭାଗ୍ୟରେ ଯେପରି କିଛି ଓଲଟା ଲେଖାଥିଲା । ସ୍ତ୍ରୀକୁ ମୃତ୍ୟୁ ମୁହଁରୁ ବଞ୍ଚାଇବାକୁ ଯାଇ ନିଜେ ମୃତ୍ୟୁ ମୁଖରେ ପଡିଥିଲେ । ସୁଧାକର ନିଜ ସ୍ତ୍ରୀଙ୍କୁ ବିଦ୍ୟୁତ୍ ଆଘାତରୁ ରକ୍ଷା କରୁଥିବା ସମୟରେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ଜୋରଦାର ବିଦ୍ୟୁତ୍ ଆଘାତ ଲାଗିଥିଲା । ଯାହାଫଳରେ ଉଭୟ ମୃତ୍ୟୁବରଣ କରିଛନ୍ତି ।