ଟାଟୁରୁ କଳିର ଆରମ୍ଭ, ଯୋଡିହେଲା ଯୌତୁକ ନିର୍ଯାତନା : ଭୟଙ୍କର ଅଭିଯୋଗରୁ ସ୍ବାମୀ-ସ୍ତ୍ରୀ ମହାଭାରତ

Published By : Prameya-News7 Bureau | July 23, 2021 IST

କଟକ ୨୩।୭: ପତ୍ନୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ସ୍ଵାମୀ । ପତ୍ନୀଙ୍କ  ପ୍ରାଇଭେଟ୍ ପାର୍ଟରେ ରହିଛି ପୂର୍ବତନ ପ୍ରେମିକଙ୍କ ନାଁର ଟାଟୁ । ଖାଲି ସେତିକି ନୁହେଁ  ପତ୍ନୀଙ୍କ ପ୍ରେମିକ ଧମକ ଦେଉଥିବାର ମଧ୍ୟ ସଙ୍ଗୀନ ଆରୋପ । ଅଭିଯୋଗକୁ ଆଧାର କରି ସ୍ଵାମୀ କଟକ ମର୍କତନଗର ଥାନାରେ ଏତଲା ଦାଏର କରିଛନ୍ତି । ତେଣେ ସ୍ଵାମୀଙ୍କ ନାଁରେ ପତ୍ନୀ ଆଣିଛନ୍ତି ପାଲଟା ଅଭିଯୋଗ । ଅର୍ଥ ଲୋଭି ସ୍ବାମୀ ତାଙ୍କୁ ବାରମ୍ବାର ନିର୍ଯାତନା ଦେଉଥିଲେ । ସେ ଗର୍ଭବତୀ ଥିବା ବେଳେ, ତାଙ୍କ ଗର୍ଭ ନଷ୍ଟ କରିଦେଲେ । ଆଉ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା କାରଣରୁ ତାଙ୍କୁ ବିଦା କରିବା ଲାଗି ଏ ପ୍ରକାରର ଷଡ଼ଯନ୍ତ୍ର କରିଛନ୍ତି । ତେବେ ମାମଲା ଅଦାଲତକୁ ଯିବା ଆଗରୁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବା ଲାଗି ମହିଳା ଥାନା ପକ୍ଷରୁ ନୋଟିସ ହୋଇଥିଲା । ଉଭୟେ ଶୁକ୍ରବାର ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେଲେ  । କିନ୍ତୁ ଆରୋପ ପ୍ରତ୍ୟାରୋପର ପର୍ବ ବଢିଲା ପଛେ କମିବାର ନାଁ ନେଲାନାହିଁ ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଯୁବକ ଜଣଙ୍କ ହେଉଛନ୍ତି କଟକ ମର୍କତନଗର ବାସିନ୍ଦା । ସେ ବାଲେଶ୍ଵର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ୨ ଦିନ ତଳେ ହଠାତ ଯୁବକ ଜଣଙ୍କ ନିଜ ପତ୍ନୀଙ୍କ ନାଁରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିବା ସହ ମର୍କତନଗର ଥାନାରେ ଏତଲା ଦାଏର କଲେ । କିନ୍ତୁ ପତ୍ନୀ କହୁଛନ୍ତି ନିର୍ଯାତନା ସହି ନପାରି ସେ ଗତ ୧୫ ତାରିଖରେ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ । କାଉନସେଲିଂ ପାଇଁ ନୋଟିସ ହେବା ପରେ ଯୁବକ ଏପରି ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି ।

ତେବେ ଯେଉଁ ଯୁବକଙ୍କୁ ନେଇ ଏତେ ଚର୍ଚ୍ଚା, ସେହି ଯୁବକ ଜଣଙ୍କ ଅତୀତରେ ସଂପୃକ୍ତ ଯୁବତୀଙ୍କୁ ପ୍ରେମ ନିବେଦନ କରି ବିଫଳ ହୋଇଥିଲେ । ରାଗର ବଶବର୍ତ୍ତୀ ହୋଇ ସେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ।  ତେଣୁ ତାଙ୍କ ସହ କୌଣସି ସମ୍ପର୍କକୁ ସୋନାଲି ଖଣ୍ଡନ କରିଥିବା ବେଳେ, ମୋହିତ କିନ୍ତୁ ଆଉ ପତ୍ନୀଙ୍କ ସହ ରହିବାକୁ ରାଜି ନାହାଁନ୍ତି । ସୋନାଲିଙ୍କ ବାପା ମଧ୍ୟ ନିଜ ଜ୍ବାଇଁଙ୍କ ନାଁରେ ଅନେକ ଅଭିଯୋଗ ଆଣିଛନ୍ତି ।

ସେପଟେ କାଉନସିଲର କହିଛନ୍ତି ଆଲୋଚନା ଜାରି ରହିଛି । ଆସନ୍ତା ମାସ ୩ ତାରିଖରେ ଉଭୟ ପକ୍ଷଙ୍କୁ ପୁଣି ଥରେ ହାଜର ହେବା ଲାଗି କୁହାଯାଇଛି । ତେବେ ଉଭୟ ସ୍ବାମୀ-ସ୍ତ୍ରୀ ନିଜ ଇଚ୍ଛାରେ ଘର ସଂସାର କରିଥିଲେ ।  କିନ୍ତୁ ମାସ କେଇଟାରେ ସବୁ କିଛି ଓଲଟ ପାଲଟ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.