Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ଯୌତୁକ ପାଇଁ ପ୍ରଥମ ସ୍ତ୍ରୀକୁ ପୋଡି ମାରିବାକୁ ଉଦ୍ୟମ; ସ୍ବାମୀ, ସଉତୁଣୀ, ଶାଶୂ, ଶ୍ବଶୁର ଗିରଫ

15/02/2019 at 4:31 PM

ରାଉରକେଲା ୧୫|୨: ପ୍ରଥମେ ଜଣଙ୍କୁ ପ୍ରେମ ବିବାହ । ଏହି ବିବାହରୁ କିଛି ଯୌତୁକ ନମିଳିବାରୁ ଦ୍ବିତୀୟ ବିବାହ । ଦ୍ବିତୀୟ ସ୍ତ୍ରୀ ଓ ବାପା ମାଙ୍କ ସହ ମିଶି ପ୍ରଥମ ସ୍ତ୍ରୀକୁ ନିର୍ଯ୍ୟାତନା । ଏପରିକି କିରୋସିନ ଢାଳି ପ୍ରଥମ ସ୍ତ୍ରୀକୁ ହତ୍ୟା ଉଦ୍ୟମ । ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲାରେ । ପୋଲିସ ସ୍ବାମୀ, ଶ୍ବାଶୁ, ଶ୍ବଶୁର ଏବଂ ସଉତୁଣୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏପଟେ ଅସହାୟ ପ୍ରଥମ ସ୍ତ୍ରୀ ୩ ବର୍ଷର ଶିଶୁ ପୁତ୍ରକୁ ଧରି ହସପିଟାଲରେ ଚିକିତ୍ସିତ ହେଉଛି ।

ରାଉରକେଲା ପ୍ଲାଂଟ୍ ସାଇଟ୍ ଥାନା ଗୋପବନ୍ଧୁପଲ୍ଲୀର ରାଜକୁମାର ୨୦୧୩ ମସିହାରେ  ସେହି ଗୋପବନ୍ଧୁପଲ୍ଲୀର ଦୁଲାରୀ ନାମକ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ବିବାହର  ଦେଢ଼ବର୍ଷ ପରେ ରାଜକୁମାର ପୁଣି ଦ୍ବିତୀୟ ବିବାହ କରି  ଯୌତୁକ ବାବଦକୁ ଆଣିଥିଲେ ଦେଢ଼ ଲକ୍ଷ ଟଙ୍କା ।  ଦ୍ବିତୀୟ ବିବାହ ପରେ ପ୍ରଥମ ପତ୍ନୀ ଦୁଲାରୀଙ୍କୁ  ଯୌତୁକ ଦାବି କରି ସ୍ବାମୀ, ସଉତୁଣୀ, ଶାଶୁ, ଶଶୁର ଆରମ୍ଭ କରିଦେଲେ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ।

ଏମିତିକି ଦୁଇ ଦିନ ତଳେ କିରୋସିନି ଢ଼।ଳି ନିଆଁ ଲଗାଇ ଜୀବନରେ ମାରିଦେବାକୁ ଉଦ୍ୟମ ମଧ୍ୟ  କରିଥିଲେ ।  ପତ୍ନୀ ଦୁଲାରୀ  ମୃତ୍ୟୁ ମୁଖରୁ ଖସି ଯାଇ ପ୍ଲାଂଟ ସାଇଟ ଥାନାରେ ଏମିତି ଅଭିଯୋଗ କରିବା ପରେ ପୋଲିସ ତୁରନ୍ତ ଦୁଲାରୀ କୁ ରାଉରକେଲା ସରକାରୀ ଡ଼।କ୍ତରଖାନାରେ ଭର୍ତି କରିବା ପରେ ସେଠାରେ ଦୁଲାରୀଙ୍କ ଚିକିତ୍ସା ଚାଲିଛି ।

ଡାକ୍ତରଙ୍କ କହିବା କଥା ଦୁଲାରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଅଛି । ଅନ୍ୟ ପକ୍ଷରେ ଏହି ଅଭିଯୋଗ ଆଧାରରେ ପ୍ଲାଂଟ ସାଇଟ ପୋଲିସ ସ୍ବାମୀ ରାଜକୁମାର, ଦ୍ବିତୀୟ ପତ୍ନୀ, ପିଡ଼ତାର ଶାଶୁ ଶଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପିଡ଼ୀତା ଦୁଲାରୀ ସହ ତାଙ୍କ ବାପା  ନ୍ୟାୟ ମାଗି କହିଛନ୍ତି  ସ୍ବାମୀ ସଉତୁଣୀ ସହ ଶାଶୁ ଶଶୁରଙ୍କୁ କଠୋର ଦଣ୍ଡ ମିଳିବା ଦରକାର ।  ଦୁଲାରୀ ରାଉରକେଲା ସରକାରୀ ଡ଼।କ୍ତରଖାନାରେ ଚିକିତ୍ସିତ ହେଉଥିବା ବଳେ ତାଙ୍କ ପାଖରେ ଅଛି ତାଙ୍କର ୩ ବର୍ଷର ଶିଶୁ ପୁତ୍ର ।

   Related Posts