Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨୩୯୦ ପଜିଟିଭ୍
  • ||
  • ନିରାଡମ୍ବର ଭାବେ ପାଳିତ ହେଉଛି ଇଦ୍-ଉଲ-ଫିତର, ଇଦଗାହରେ ହେବନାହିଁ ସାମୂହିକ ନମାଜ ପାଠ
  • ||
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

ଯୌତୁକ ପାଇଁ ନବବଧୂକୁ ମରଣାନ୍ତକ ଆକ୍ରମଣ ; ମୃତ ଭାବି ବିଲରେ ଫିଙ୍ଗିଦେଲେ ଶାଶୁଘରଲୋକ

24/02/2019 at 12:45 PM

ଚାନ୍ଦବାଲି ୨୪|୨:  ଯୌତୁକ ପାଇଁ ନବବଧୂକୁ ମରଣାନ୍ତକ ଆକ୍ରମଣ ହୋଇଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ନାଲଗୁଣ୍ଡା ପଞ୍ଚାୟତ ପ୍ରତାପପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ଘଟିଛି । ସ୍ବାମୀ ଏବଂ ପରିବାରଲୋକେ ମରଣାନ୍ତକ ଅକ୍ରମଣ କରିବା ପରେ ମୃତ ଭାବି ଏକ ପରିତ୍ୟକ୍ତ ବିଲରେ ଫିଙ୍ଗି ଦେଇଥିଲେ ।

ତେବେ ପ୍ରତାପପୁର ଗ୍ରାମବାସୀ ନବବଧୂକୁ ଉଦ୍ଧାର କରି ବାପଘର ଲୋକଙ୍କ ସହ ମତୋ ଫାଣ୍ଡିକୁ ଖବର ଦେଇଥିଲେ । ପୋଲିସ ଓ ନବବଧୂରର ପରିବାର ଲୋକେ ଆସି ଝିଅକୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଚାନ୍ଦବାଲି ଥାନାରେ ବାପଘର ଲୋକେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ଚାନ୍ଦବାଲି ଥାନା ପୋଲିସ ଅଭିଯୁକ୍ତ ସ୍ବାମୀ ରତିକାନ୍ତ ନାୟକଙ୍କୁ ଗିରଫ କରିଛି ।

ତେବେ ଶାଶୁଘର ଅନ୍ୟ ସଦସ୍ୟ ମାନେ ଫେରାର ହୋଇଯାଇଛନ୍ତି । ୫ ମାସ ପୂର୍ବରୁ ନଳଗୋହିରା ପଂଚାୟତର କରୁଣାକର ଭୋଇଙ୍କ ଝିଅ ରଶ୍ମିତା ଭୋଇ ନାଲଗୁଣ୍ଡା ପଂଚାୟତ ପ୍ରତାପପୁର ଗାଁର ରତ୍ନାକର ନାୟକଙ୍କ ପୁଅ ରତିକାନ୍ତ ନାୟକଙ୍କ ସହ ବିବାହ ହୋଇଥିଲେ ।

   Related Posts