ସ୍ବାମୀ ନାଁରେ ସାଙ୍ଘାତିକ ଅଭିଯୋଗ, ସ୍ତ୍ରୀର ସୋସିଆଲ୍ ମିଡିଆ ହ୍ୟାକ୍ କରି ଅପଲୋଡ୍ କରୁଥିଲେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ

Published By : Prameya-News7 Bureau | August 04, 2021 IST

ଭୁବନେଶ୍ବର ୪।୮: ସ୍ବାମୀ ନାଁରେ ସ୍ତ୍ରୀ ଆଣିଲା ସାଙ୍ଘାତିକ ଅଭିଯୋଗ । ସ୍ତ୍ରୀର ସୋସିଆଲ ମିଡ଼ିଆ ହ୍ୟାକ୍ କରି ପୋଷ୍ଟ୍ କରୁଥିଲେ ଉଭୟଙ୍କ ମଧ୍ୟରେ ଘଟିଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ । ଏଭଳି ଅଭିଯୋଗ ଆଣିଛନ୍ତି ଭୁବନେଶ୍ବର ସୁନ୍ଦରପଦାର ଜଣେ ମହିଳା । ମହିଳା ଜଣଙ୍କ ଏନେଇ ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ତୁଳସୀପୁର ବାଙ୍କୀର ଅମିତ କୁମାର ରାଉତ ହାଇଦ୍ରାବାଦର ଏକ ପ୍ରତିଷ୍ଠିତ ସଫ୍ଟଓ୍ବେୟାର କମ୍ପାନୀରେ କାମ କରନ୍ତି । ଯୁବକ ଜଣଙ୍କ ସ୍ତ୍ରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଅନ୍ତରଙ୍ଗ ମୁହବର୍ତ୍ତର ଭିଡିଓ ଅପଲୋଡ୍ କରିଛନ୍ତି । ଏଭଳି ଭିଡିଓ ଅପଲୋଡ୍ କରୁଥିବା ଖୋଦ୍ ତାଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି ।

ପୂର୍ବରୁ ଉଭୟଙ୍କ ମଧ୍ୟରେ ଯୌତୁକ ମାମଲା ଚାଲିଥିବାରୁ ପରସ୍ପର ଅଲଗା ରହୁଛନ୍ତି । ଏହି ଘଟଣାକୁ ନେଇ ପୂର୍ବରୁ ମହିଳା ଥାନାରେ ଲିଖିତ ଅଭିଯୋଗ ପରେ ସ୍ବାମୀ ନାଁରେ ମାମଲା ରୁଜୁ ହୋଇଛି । ବିବାହର କିଛି ଦିନ ପରେ ପ୍ରଥମେ ମାରପିଟ୍ କରୁଥିଲେ ଏବଂ ଏବେ ଏଭଳି ଭିଡିଓ ଅପଲୋଡ଼ କରୁଥିବା ଅଭିଯୋଗ ଆଣିଛନ୍ତି ମହିଳା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.