Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଦ୍ୱିତୀୟ ବିବାହ କରିବା ପରେ ପ୍ରଥମ ସ୍ତ୍ରୀକୁ ଶାବଳ ମାଡ଼ ମାରି ଅଣ୍ଟା ଭାଙ୍ଗି ଦେବା ସହ ଦୀର୍ଘ ମାସେ ଧରି ନିର୍ଯ୍ୟାତନା ଦେଉଥିଲା ସ୍ୱାମୀ

21/10/2019 at 9:50 PM

ବାଲେଶ୍ଵର ୨୧।୧୦ – ବାଲେଶ୍ଵର ଜିଲ୍ଳା ନୀଳଗିରି ଚତୁରୀଖୁଣ୍ଟାରେ ଅମାନବୀୟ । ସ୍ତ୍ରୀକୁ ଶାବଳ ମାଡ଼ ମାରି ଅଣ୍ଟା ଭାଙ୍ଗି ଦେବା ସହ ଦୀର୍ଘ ମାସେ ଧରି ନିର୍ଯ୍ୟାତନା ଦେଉଥିଲା ସ୍ୱାମୀ । ଝିଅ ସହିତ ଲୁଚି ନୀଳଗିରି ହସ୍ପିଟାଲରେ ଚିକିତ୍ସା ପାଇଁ ପହଂଚି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସ୍ୱାମୀ ରାମ ସିଂ ପୂଜାକୁ ବାରମ୍ବାର ନିର୍ଯାତନା ଦେଇଅସୁଥିଲା। ଏପରିକି ସେ ଦ୍ୱିତୀୟ ବିବାହ କରିଥିବାର ଅଭିଯୋଗ ହୋଇଛି ।

ମାସେ ପୂର୍ବରୁ ଶାବଳରେ ତାଙ୍କ ସ୍ବାମୀ ମାଡ଼ ମାରି ନଜରବନ୍ଦୀ କରିଦେଇଥିଲା । ଏପରିକି ପୂଜାଙ୍କ ଅଣ୍ଟାରେ ଗଭୀର ଆଘାତ ଲାଗିଥିବା ବେଳେ ସେ ଚଲାବୁଲା କରିପାରୁନଥିଲା । ନିର୍ଯାତନାକୁ ସହି ପଡିରହିଥିବା ବେଳେ ତାଙ୍କ ଝିଅ ପଥର ପିଟି ମାର ପେଟକୁ ଦାନା ଯୋଗାଉଥିଲା।ତେବେ ଚତୁରତାର ସହ ବାପଘର ଲୋକଙ୍କୁ ଖବର ଦେବା ପରେ ଭାଇମାନଙ୍କ ସହାୟତାରେ ସେ ଡାକ୍ତରଖାନରେ ଭର୍ତ୍ତି ହୋଇଛନ୍ତି।

   Related Posts