ଭାରତରେ ୧ ହଜାର କୋଟିରୁ ଅଧିକ ସମ୍ପତ୍ତିର ମାଲିକଙ୍କ ସୂଚୀରେ ସାମିଲ ହେଲେ ଆଉ ୨୨୯ ନୂଆ ମୁହଁ, ଜାଣନ୍ତୁ ଦେଶରେ ଏପରି ଧନିକଙ୍କ ସଂଖ୍ୟା ଏବେ କେତେ ?

Published By : Prameya-News7 Bureau | September 30, 2021 IST

ନୂଆଦିଲ୍ଲୀ ୩୦।୯: ଆଇଆଇଏଫଏଲ ୱେଲଥ୍ ହୁରୁନ ଇଣ୍ଡିଆଙ୍କ ୨୦୨୧ ରିଚ୍‌ ଲିଷ୍ଟ ଆସି ଯାଇଛି। ଏଥିରେ ଦେଶର ୧୧୯ ସହରରେ ୧ହଜାର ୭ ଜଣ ଏପରି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ମୋଟ ସମ୍ପତ୍ତିର ପରିମାଣ ୧ ହଜାର କୋଟିରୁ ବି ଅଧିକ। ଧନୀକଙ୍କ ସୂଚୀରେ ୮୯୩ ଜଣଙ୍କ ସମ୍ପତ୍ତିରେ ବୃଦ୍ଧି ଦେଖାଯାଇଛି। ଯେଉଁମାନଙ୍କ ମଧ୍ୟରେ ୨୨୯ଜଣ ନୂଆ ମୁହଁ ବୋଲି ରିପୋର୍ଟରେ କୁହାଯାଇଛି।

ସୂଚୀ ଅନୁସାରେ ଧନିକଙ୍କ ସଞ୍ଚୟୀ ସମ୍ପତ୍ତିରେ ୫୧ ପ୍ରତିଶତ ବୃଦ୍ଧି ହୋଇଛି। ସେହିପରି ହାରାହାରି ସମ୍ପତ୍ତି ୨୫ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି। ତେବେ ୧୧୩ ଜଣ ଧନୀକଙ୍କ ସମ୍ପତ୍ତିରେ ହ୍ରାସ ଦେଖାଯାଇଥିବା ବେଳେ ୫୧ ଜଣ ଡ୍ରପଆଉଟ୍ ହୋଇଛନ୍ତି। ରିପୋର୍ଟ ଅନୁସାରେ ଭାରତରେ ବର୍ତ୍ତମାନର ମୋଟ ବିଲିୟୋନେୟରଙ୍କ ସଂଖ୍ୟା ୨୩୭ ଜଣ। ଯାହା ଗତବର୍ଷ ତୁଳନାରେ ୫୮ ଅଧିକ।

{"id":520202,"width":839,"height":472,"sizeSlug":"full","linkDestination":"none"}

ରସାୟନ ଓ ସଫ୍ଟୱେର କ୍ଷେତ୍ର ସୂଚୀକୁ ସର୍ବାଧିକ ନୂଆ ଧନକୁବେର ଦେଇଥିବା ରିପୋର୍ଟରେ କୁହାଯାଇଛି। ତେବେ ଫାର୍ମା ଏବେବି ଦେଶରେ ଧନିକ ସୃଷ୍ଟି ଲାଗି ଦେଶରେ ପ୍ରଥମ ଉଦ୍ୟୋଗ ହୋଇ ରହିଛି। ଏହି କ୍ଷେତ୍ରରୁ ୧୩୦ ଜଣ ନୂଆ ବିଲିୟୋନେୟାର ସୂଚୀକୁ ଆସିଛନ୍ତି । ସୂଚୀ ଅନୁସାରେ ଦେଶର ସର୍ବ କନିଷ୍ଠ ଧନକୁବେରଙ୍କ ବୟସ ହେଉଛି ମାତ୍ର ୨୩ ବର୍ଷ। ଯିଏ ଗତବର୍ଷର ସର୍ବ କନିଷ୍ଠ ଧନିକଙ୍କ ଠାରୁ ମଧ୍ୟ ୩ ବର୍ଷ ସାନ।

ସେହିପରି ରିପୋର୍ଟ ଅନୁସାରେ ୭,୧୮ହଜାର କୋଟି ଟଙ୍କାର ସମ୍ପତ୍ତି ସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀ ଲଗାତାର ୧୦ମ ବର୍ଷ ଲାଗି ଦେଶର ୧ ନମ୍ବର ଧନୀ ଭାବେ ସୂଚୀର ପ୍ରଥମ ସ୍ଥାନରେ ଅଛନ୍ତି। ସେହି ପରି ୫ଲକ୍ଷ ୫ ହଜାର ୯୦୦ କୋଟିର ସମ୍ପତ୍ତି ସହ ଗୌତମ ଆଡାନୀ ଆଇଆଇଏଫଏଲ ହୁରୁନ ଇଣ୍ଡିଆ ରିଚ୍ ଲିଷ୍ଟର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏଚସିଏଲର ଶିବ ନାଦର ଲଗାତାର ତୃତୀୟ ସ୍ଥାନରେ କାୟମ ଅଛନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.