ଛିନ୍ଦଓ୍ବାଡ଼ା ୩୧/୧୦: ଜଣେ ବ୍ୟକ୍ତିଙ୍କ ପୋଷା କୁକୁର ନିଖୋଜ ହୋଇଯିବାର ୨ଦିନ ପରେ ମୃତ ମିଳିଥିଳା। ନିଜ କୁକୁର ମୃତ୍ୟୁରେ ସେ ଏତେ ଦୁଃଖିତ ହୋଇଯାଇଥିଲେ ଯେ ସେହି ଦିନ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଛିନ୍ଦଓ୍ବାଡ଼ା ଜିଲ୍ଲାରେ।
{"id":353718,"sizeSlug":"large"}ଏହା ଛିନ୍ଦଓ୍ବାଡ଼ାର ଥାନା ଅଞ୍ଚଳରେ ସୋନପୁର ମଲ୍ଟି ସ୍ଥିତ ଘରେ ଘଟିଛି। ଏଠାରେ ରହୁଥିବା ସୋମଦେବ ନିଜ ପୋଷା କୁକୁରର ୨ଦିନ ତଳେ ମୃତ୍ୟୁ ହୋଇଯିବାରୁ ଦୁଃଖିତ ଥିଲେ।
କୁକୁରର ମୃତ୍ୟୁ ପରେ ସେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ସୂଚନା ମିଳିବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତରେ ଲାଗିଯାଇଛି।
{"id":353719,"sizeSlug":"large"}ମୃତ ସୋମଦେବଙ୍କ ପୁଅ ଅମନ କହିଥିଲେ ଯେ ତାଙ୍କ ଘରେ ଗୋଟିଏ କୁକୁର ଥିଲା। ସେ ସକାଳେ ମୃତ୍ୟୁବରଣ କରିଥିଲା। ତାଙ୍କ ବାପା କୁକୁରର ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ। ସେ ମଦ ପିଇ ଦେଇଥିଲେ। ସେ ଦ୍ବିପ୍ରହର ୧ଟାରେ ଘରକୁ ଫେରିବାରୁ ତାଙ୍କ ବାପାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ।