ବର୍ମୁ‌ଡାକୁ ମାଡି ଆସୁଛି ଅତି ଶକ୍ତିଶାଳୀ ଘୂର୍ଣ୍ଣିଝଡ ହମ୍‌ବେରଟୋ

Published By : Prameya-News7 Bureau | September 18, 2019 IST

ବରମୁଡା - ଅତି ଭୀଷଣ ସାମୁଦ୍ରିକ ଝଡ ହମ୍‌ବେରଟୋ ବର୍ମୁଡାର ସ୍ଥଳ ଭାଗ ଆଡକୁ ମାଡି ଆସୁଛି । ଏହା ଏକ କ୍ୟାଟାଗୋରୀ -୩ ହରିକେନ୍‌ ବା ଅତି ଭୀଷଣ ସାମୁଦ୍ରିକ ତୋଫାନ୍‌ । ବ୍ରିଟିଶ୍‌ ଆଟଲାଣ୍ଟିକ ଦ୍ୱୀପକୁ ଏହା ଅତିକ୍ରମ କରିବ । ଏଥିପାଇଁ ସମସ୍ତ ସ୍କୁଲ କଲେଜ, ପରିବହନ ଓ ସରକାରୀ କାର୍ଯ୍ୟାଳୟରେ ଛୁଟି ଘୋଷଣା କରାଯାଇଛି ।

ଆମେରିକାର ନ୍ୟାଶନାଲ ହରିକେନ୍ ସେଣ୍ଟର ଅନୁସାରେ ହମ୍‌ବେରଟୋ ଏହି ଦ୍ୱୀପକୁ ଅତିକ୍ରମ କରିବା ବେଳେ ୧୮୫ କିଲୋମିଟର ବେଗରେ ପବନ ବହିପାରେ । ବୁଧବାର ସକାଳେ ଏହା ବର୍ମୁଡା ଠାରୁ ୪୫୮ କିଲୋମିଟର ଦୂରରେ ଥିଲା । ଏହା ପୂର୍ବ ଓ ଉତ୍ତର ପୂର୍ବ ଦିଗରେ ଘଣ୍ଟାରୁ ୨୫ କିଲୋମିଟର ବେଗରେ ଆଗକୁ ବଢୁଥିଲା ।

wp:core-embed/twitter {"url":"https://twitter.com/weatherchannel/status/1173433023812927489","type":"rich","providerNameSlug":"twitter","className":""}
https://twitter.com/weatherchannel/status/1173433023812927489
/wp:core-embed/twitter

ବର୍ମୁଡାର ଜାତୀୟ ସୁରକ୍ଷା ମନ୍ତ୍ରୀ ଓ୍ବାୟନ କାସିନ ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଛୁଟି ଘୋଷଣା କରାଯାଇଛି । ଏହାସହ ସମସ୍ତ ଗମନା ଗମନ ବ୍ୟବସ୍ଥାକୁ ବନ୍ଦ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.