ମାଡି ଆସୁଛି ଅତି ଭୀଷଣ ସାମୁଦ୍ରିକ ଝଡ 'ଡୋରିଆନ୍‌', ୩୦୦ କିଲୋମିଟର ବେଗରେ ବହିବ ପବନ

Published By : Prameya-News7 Bureau | September 02, 2019 IST

ନ୍ୟୁୟର୍କ .- ଅତି ଭୀଷଣ ସାମୁଦ୍ରିକ ଝଡ(ହରିକେନ୍‌) ଡୋରିଆନ୍‌ ଏବେ ଆମେରିକା ଉପକୂଳ ଆଡକୁ ମାଡି ଆସୁଛି । ଏହା ଏକ କାଟେଗୋରୀ ୫ ଶ୍ରେଣୀର ଅତି ଭୀଷଣ ସାମୁଦ୍ରିକ ଝଡ ।ଆମେରିକାର ସମୟ ଅନୁସାରେ (ୟୁଏଏସ୍‌ ଟାଇମ୍‌ ଜୋନ୍) ସୋମବାର ରାତି ସୁଦ୍ଧା ଏହା ଆମେରିକାର ଫ୍ଲୋରିଡା ଉପକୂଳ ଅତିକ୍ରମ କରିବା ବୋଲି ଆମେରିକାର ଜାତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

{"id":152159}

ସୋମବାରରେ ଏହା ବାହାମାସର ଉପକୂଳରେ ରହିଥିଲା । ମହାସାଗର ମଧ୍ୟରେ ଏହା ଅତି ଶକ୍ତିଶାଳୀ ରୂପ ଧାରଣ କରିଛି । ଏହା ଉପକୂଳ ସ୍ପର୍ଶ କରିବା ସମୟରେ ଘଣ୍ଟାପ୍ରତି ୨୮୧ରୁ ୨୯୮ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା କରାଯାଉଛି । ବେଳେ ବେଳେ ଏହା ୩୦୦ କିଲୋମିଟର ଅତିକ୍ରମ କରିପାରେ ।

wp:core-embed/twitter {"url":"https://twitter.com/NHC_Atlantic/status/1168226060720173056","type":"rich","providerNameSlug":"twitter","className":""}
https://twitter.com/NHC_Atlantic/status/1168226060720173056
/wp:core-embed/twitter

ଏଥିପାଇଁ ଫ୍ଲୋରିଡା ଉପକୂଳରେ ସତର୍କ ସୂଚନା ଜାରି କରାଯାଇଛି । ସାମୁଦ୍ରିକ ଝଡ ସ୍ଥଳଭାଗ ଅତିକ୍ରମ କରିବା ସମୟରେ ୨ରୁ ୪ ଫୁଟ୍‌ ଓ ସମୟରେ ସମୟରେ ୪ରୁ ୭ ଫୁଟ୍‌ ଉଚ୍ଚା ଜୁଆର ଉଠିପାରେ ବୋଲି ଆଶଙ୍କା କରାଯାଉଛି ।

{"id":152160,"width":574,"height":336}

ଏଥିପାଇଁ ଫ୍ଲୋରିଡା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ସମୟରେ ବିଦ୍ୟୁତ ସରୋବରାହ ବ୍ୟାଘାତ ହେବା ସହ ବିଭିନ୍ନ ବସ୍ତୁ ଉଡି ଯିବା ଓ ଭାଙ୍ଗି ଯିବାର ଆଶଙ୍କା ଥିବାରୁ ଝଡ ସମୟରେ କିମ୍ବା ଅତି ଜୋରର ପବନ ବହିବା ସମୟରେ ଘରୁ ନ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.