ରାଇରଙ୍ଗପୁର ୧୨/୧୨: ଶିମିଳିପାଳ କୋର ଏରିଆରୁ ଜଣେ ଶିକାରୀକୁ ଗିରଫ କରିଛି ବନବିଭାଗ। ସୂଚନା ମୁତାବକ ଦୁଇଜଣ ଶିକାରୀ ଓ କାଠ ଚୋର ତାଲବନ୍ଧ ରେଞ୍ଜର ରେଙ୍ଗାଳବେଡା ନିକଟ ଜଙ୍ଗଲରେ ମୂଲ୍ୟବାନ ପିଆଶାଳ ଗଛ କାଟୁଥିବା ଓ ଶିକାର ପାଇଁ ଫାସ ବସାଇଥିବା ସୂଚନା ପାଇ ବନବିଭାଗ ଅଧିକାରୀ ଅଚାନକ ଚଢ଼ାଉ କରିଥିଲେ। ଜଣେ ଶିକାରୀକୁ କାବୁ କରି ଗିରଫ କରିଥିବା ବେଳେ ଅନ୍ୟଜଣେ ଫେରାର ହୋଇ ଯାଇଥିଲା। ଗିରଫ ଯୁବକ ହେଲେ ରେଙ୍ଗାଳବେଡା ଗ୍ରାମର ଶିଙ୍ଗରାଇ ମୁର୍ମୁ। ଘଟଣାସ୍ଥଳରୁ ଅନେକ ମୂଲ୍ୟବାନ ପିଆଶାଳ କାଠ ସହିତ କରତ ଓ ଶିକାର ପାଇଁ ଫାସ ଆଦି ଜବତ କରିଛି ବନବିଭାଗ।ଫେରାର ଆସାମୀକୁ ଧରିବା ପାଇଁ ବନ ବିଭାଗ କରଚାରି ତନାଘନା ଜାରି ରଖିଛି।
କୋରାପୁଟ ସେମିଳିଗୁଡାରେ ଭି.କେ ପାଣ୍ଡିଆନ୍, ନିର୍ବାଚନ...