ଲକଡାଉନ୍ ବେଳେ ମାତିଛନ୍ତି ବନ୍ୟଜନ୍ତୁ ତସ୍କର: ନିର୍ଭୟରେ ବନ୍ୟଜନ୍ତୁଙ୍କ ଶିକାର କରୁଛନ୍ତି ଶିକାରୀ

Published By : Prameya-News7 Bureau | May 22, 2020 IST

ଭୁବନେଶ୍ବର୨୨/୫: ଲକ ଡାଉନରେ ସକ୍ରିୟ ମନ୍ୟଜନ୍ତୁ ତସ୍କର। ଅଖ ଚକ ବନ୍ଦ ଥିବାବେଳେ ବନ୍ୟଜନ୍ତୁ ଶିକାର କରିବା ସହ ଚୋରା ଚାଲାଣ କରିଛନ୍ତି । ଏକଥା ଖୋଦ ମାନିଛନ୍ତି ପିସିସିଏଫ । ଲକ୍ ଡାଉନ ବେଳେ ମାତିଛନ୍ତି ବନ୍ୟଜନ୍ତୁ ତସ୍କର । ବନ୍ଦରୁ ଫାଇଦା ଉଠାଇ ନିର୍ଭୟରେ ବନ୍ୟଜନ୍ତୁ ଶିକାର କରୁଛନ୍ତି ଶିକାରୀ । ଅବାଧରେ ଚାଲିଛି ଶିକାର ସହ ବେପାର । ମାଲାମାଲ ହେଉଛନ୍ତି ତସ୍କର । ଏକଥାକୁ ସ୍ବୀକାର କରିଛନ୍ତି ଖୋଦ୍ ପିସିସିଏଫ୍ । ଲକ୍ ଡାଉନ ସମୟରେ ଶୂନଶାନ ରାସ୍ତାଘାଟର ସୁଯୋଗ ନେଇ ଅଭୟାରଣ୍ୟ ଆଖପାଖର ଶିକାରୀ ସକ୍ରିୟ ହୋଇଯାଇଛନ୍ତି । ବଜ୍ରକାପ୍ତା ଧରିବାଠୁ ଆରମ୍ଭ କରି ବାଘ ଶିକାର କରୁଛନ୍ତି । ଏହାକୁ ନେଇ ତନାଘନା ଆରମ୍ଭ ହୋଇଥିବା ପିସିସିଏଫ୍ କହିଛନ୍ତି ।

{"id":274482,"sizeSlug":"large"}

କିଛି ଦିନ ତଳେ ଏକ ବାଘ ଛାଲ ବିକ୍ରି ପାଇଁ ଉଦ୍ୟମ ବେଳେ ବନ ବିଭାଗ ହାତରେ ଧରାପଡିଥିଲେ ୪ ତସ୍କର। ଲକ୍ ଡାଉନର ସୁଯୋଗ ନେଇ ଶିମଳିପାଳ ଅଭୟାରଣ୍ୟରୁ ତସ୍କରମାନେ ଏହି ବାଘ ଶିକାର କରିଥିବା ପରେ ଜଣାପଡିଥିଲା । ଏହା ପଛରେ ଥିବା ରାକେଟ ଏଯାଏ ଠାବ ହୋଇପାରିନି ।

{"id":274483,"sizeSlug":"large"}

ସେହିପରି ଆଠଗଡ ବନ ବିଭାଗ ପୁଣି ଏକ ବଜ୍ରକାପ୍ତା ଚୋରା ଚାଲାଣ ରାକେଟକୁ ଧରିବାରେ ସଫଳ ହୋଇଛି । ରେଢାଖୋଲରୁ ଆଣି ଏକ ବିରଳ ପ୍ରଜାତିର ବଜ୍ରକପ୍ତାକୁ ଚାଲାଣ ପାଇଁ ଏମାନେ ଉଦ୍ୟମ କରୁଥିଲେ । ଇଏତ ଧରାପଡିଥିବା କିଛି ଘଟଣା ମାତ୍ର । ଏହାଛଡା କେତେଯେ ବନ୍ୟଜନ୍ତୁ ତସ୍କରଙ୍କ ଶିକାର ବନୁଛନ୍ତି ତାହାର ହିସାବ କାହା ପାଖରେ ନାହିଁ । ଓଡିଶାରେ ବନ୍ୟଜନ୍ତୁ ଶିକାର ଓ ଚୋରା ଚାଲାଣ କିଛି ନୂଆ ନୁହେଁ । କିନ୍ତୁ ଏବେ କରୋନା ପାଇଁ ଲକ ଡାଉନ ଚୋରା ବେପାରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.