କୂଳଡିହା ଅଭୟାରଣ୍ୟରୁ ବନ୍ଧୁକ ସହ ଶିକାରୀ ଗିରଫ

Published By : Prameya-News7 Bureau | September 18, 2021 IST

ନୀଳଗିରି ୧୮/୯: ନୀଳଗିରି ଅଞ୍ଚଳରେ ଥିବା କୂଳଡିହା ଅଭୟାରଣ୍ୟରୁ ବନ୍ଧୁକ ଓ ଗୋଳାବାରୁଦ ସହ ଶିକାରୀ ଗିରଫ ହୋଇଥିବା ଜଣାପଡିଛି । କୂଳଡିହା ଅଭୟାରଣ୍ୟରେ ଦିନକୁ ଦିନ ଶିକାରୀଙ୍କ ପାଦୁର୍ଭାବ ବୃଦ୍ଧିପାଇବାରେ ଲାଗିଛି । ବନ ବିଭାଗର ପାଟ୍ରୋଲିଂ ସତ୍ବେ ଶିକାରୀ କିପରି ଅଭୟାରଣ୍ୟରେ ଅବାଧ ଶିକାର କରୁଛନ୍ତି ଅଂଚଳବାସୀ ପ୍ରଶ୍ନ ଉଠାଇଛନ୍ତି ।

ଗତ ୧୬ ତାରିଖ ଦିନ ବନବିଭାଗ ପାଟ୍ରୋଲିଂ କରୁଥିବା ବେଳେ ଜଣେ ଶିକାରୀକୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଆଉ କିଛି ଶିକାରୀ ଫେରାର ହେବାରେ ସକ୍ଷମ ହୋଇଛନ୍ତି ।

{"id":513843,"width":585,"height":780,"sizeSlug":"large","linkDestination":"none"}

ରାଉଡ଼ିହା ଅଂଚଳର ଶୁକୁରା ସିଂ ବନ୍ୟଜନ୍ତୁ ଶିକାର ପାଇଁ ଅଭୟାରଣ୍ୟରେ ଘୁରିବୁଲୁଥିବା ବେଳେ ତାକୁ ଗିରଫ କରିବା ସହ ତାଠାରୁ ଗୁଳି ଭର୍ତ୍ତି ବନ୍ଧୁକ ଜବତ କରିଛି । ଏନେଇ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.