ମୟୂରଭଞ୍ଜ କପ୍ତିପଦା ଥାନା ଅଡାପାଇ ଗାଁର ଶିକାରୀ ଗୁଳିରେ ଶିକାରୀ ଗୁରୁତର

Published By : Prameya-News7 Bureau | November 20, 2018 IST

ମୟୁରଭଞ୍ଜ ୨୦|୧୧: ଶିକାରୀ ଗୁଳିରେ ଶିକାରୀ ଗୁରୁତର । ମୟୂରଭଞ୍ଜ କପ୍ତିପଦା ଥାନା ଅଡାପାଇ ଗାଁର ଘଟିଛି ଏଭଳ ଅଭାବନୀୟ ଘଟଣା । ଜଙ୍ଗଲକୁ ଯାଇଥିବା ବେଳେ ଜଣେ ଶିକାରୀ ଅନ୍ୟ ଜଣେ ଶିକାରୀଙ୍କୁ ବାହାରା ଭାବି ଗୁଳି କରିଥିଲେ । ଗୁଳି ଦୁଇଟି ଶିକାରୀଙ୍କ ଜଙ୍ଘ ଓ ଗୋଟରେ ବାଜିବା ସହ ସେ ଗୁରୁତର ହୋଇପଡିଥିଲେ । ଗୁରୁତର ଶିକାରୀ ଜଣଙ୍କ ହେଲେ ଅଡାପାଇ ଗାଁର ପାତ୍ରାଶା ଆଳିଆ । ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ବାରିପଦା ସ୍ଥାନାନ୍ତର କରାଯାଇଛି । ଖବରପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.