Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ବାଘକୁ ମାରି ଖାଇଗଲେ ଶିକାରୀ, ୭ ଜଣଙ୍କୁ ଗିରଫ କଲା ବନ ବିଭାଗ, ଛାଲ ଓ ନିଶ ଜବତ

23/09/2020 at 7:30 PM

ନୂଆପଡା, ୨୩ ।୦୯: ବାରହା ଫାଶରେ ପଡିଥିବା ବାଘକୁ ମାରି ଖାଇଲେ ଶିକାରୀ । ଯିଏ ମଣିଷ ଶିକାର କରେ ତାକୁ ମାରି ଖାଇବାକୁ ପଛାଇ ନାହାନ୍ତି । ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଧରାବନ୍ଧା ଥାନା ଚିପାଝର ଗାଁରେ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ବାଘ ଭଳି ଶକ୍ତିଶାଳୀ ହେବାକୁ ଏମାନେ ବାଘ ମାଂସ ଖାଇଥିବା କହିଛନ୍ତି । ବନ ବିଭାଗ ବାଘ ଛାଲ, କିଛି ହାଡ ଏବଂ ନିଶ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଛି ।

ଆପଣ  ମଣିଷ ଖିଆ ବାଘ କଥା ଶୁଣିଥିବେ ।ହେଲେ ବାଘଖିଆ ମଣିଷଙ୍କୁ ଭେଟି ନଥିବେ ।ଏମାନେ ହେଲେ ସେଇ ବାଘଖିଆ ମଣିଷ । ଆପଣଙ୍କୁ ଏକଥା ଆଶ୍ଚର୍ଯ୍ୟଜନକ ଓ ଅବିଶ୍ବସନୀୟ ମନେ ହୋଇପାରେ,ମାତ୍ର ଏହା ହିଁ ଘଟିଛି ବାସ୍ତବରେବାଘ ଭଳି ଶକ୍ତିଶାଳୀ ହେବାର ଅନ୍ଧ ବିଶ୍ବାସ ନେଇ ବାଘ ମାରି ଖାଇଛନ୍ତି ନୂଆପଡ଼ା ଜିଲ୍ଲା ଧରାମବନ୍ଧା ଥାନା ଚିପାଝର ଗାଁର କିଛି ବ୍ୟକ୍ତି । ଇଏ ସେଇ ନୂଆପଡ଼ା, ଯେଉଁଠି ୩ ବର୍ଷ ତଳେ ମା’ କୋଳରୁ ଅବୋଧ ଶିଶୁକୁ ଟେକି ନେଇ ଖାଇ ଯାଇଥିଲା କଲରାପତରିଆ ବାଘ । ଆଉ ଏବେ ଏହାର ବିପରୀତ ଘଟଣା ଘଟିଛି । ବନ ବିଭାଗ ସୂଚନା ଅନୁଯାୟୀ ବାରହା ଶିକାର ପାଇଁ ସୁନାବେଡା ଅଭୟାରଣ୍ୟରେ ବିଦ୍ୟୁତ ତାର ବିଛାଇ ଥିଲେ ଏଇ ଅମଣିଷମାନେ । ବାରହା ଫାଶରେ ପଡିଯାଇଥିଲା ବାଘ । ବାଘକୁ ଦେଖି ଏମାନେ ଲୋଭ ସମ୍ବରଣ କରିପାରିନଥିଲେ । ତାକୁ ମାଂସ କରି ନିଜ ନିଜ ମଧ୍ୟରେ ବାଣ୍ଟି ନେଇଥିଲେ । ନଖ, ନିଶ, ଦାନ୍ତକୁ ବି ଭାଗ କରିନେଇଥିଲେ ।

ଗତ ୨୦ ତାରିଖରେ କୌଣସି ସୂଚତ୍ରରୁ ଖବର ପାଇ ନୂଆପଡ଼ା ଏବଂ ଖରିଆର ରୋଡ ବନ କର୍ମଚାରୀ ଚିପାଝର ଗାଁର କରନ ଶବରଙ୍କ ଘରେ ଚଢାଉ କରିଥିଲା । କରନଙ୍କ ଘରୁ ବାଘ ଛାଲ ସହ ମିଳିଥିଲା ୨୦ କେଜି ବାରହା ମାଂସ । ପ୍ରଥମେ ୩ ଏବଂ ପରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ସାମ୍ନାକୁ ଆସିଥିଲା ଶିକାର କରି ବାଘ ମାଂସ ଖାଇବା କଥା । ବାଘର ୩ଟି ନିଶ ଏବଂ କିଛି ହାଡ ଜବତ ହୋଇଥିବା ବେଳେ ଦାନ୍ତ ମିଳିପାରିନି । ୭ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଉ ୧୩ ଅଭିଯୁକ୍ତଙ୍କୁ ଖୋଜୁଛନ୍ତି ବନ କର୍ମଚାରୀ ।

ପୂର୍ବରୁ ଶିକାରୀ  ମାନେ ବାଘ ଶିକାର କରି ତାହର ଛାଲ ଓ ଦାନ୍ତକୁ ବିକି ଦେଉଥିଲେ ।ଏବେ ତାର ମାଂସକୁ ବି  ଖାଇଗଲେ ।ଯଦିଓ  ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ମାଳ ମାଳ କର୍ମଚାରୀ ନିଯୁକ୍ତ ହୋଇଛନ୍ତି ସୁନାବେଡା ଅଭୟାରଣ୍ୟରେ । କିନ୍ତୁ ଶିକାରୀଙ୍କୁ କିଛି ଫରକ ପଡୁନି । ସେମାନେ ଅବାଧ ଶିକାର କରୁଛନ୍ତି । ଯାହା ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ ।

   Related Posts