ଶିକାରୀ ହେଲେ ଶିକାର : ବାର୍‌ହା ଶିକାର ପାଇଁ ଖଞ୍ଜିଥିବା ବାଣ ଫୁଟି ଶିକାରୀଙ୍କ ମୃତ୍ୟୁ

Published By : Prameya-News7 Bureau | October 19, 2019 IST

ବାରିପଦା ୧।୧୦: ଶିକାରୀ ହେଲା ଶିକାର । ଜଙ୍ଗଲରେ ବାରହା ଶିକାର ପାଇଁ ଖଞ୍ଜିଥିବା ବାଣ ଫୁଟିଯିବାରୁ ଶିକାରୀଙ୍କ ମୃତ୍ୟୁ ହୋଇଛି । ମୟୁରଭଞ୍ଜ ଝାରପୋଖରିଆ ଥାନା ଜଟିଆଷୋଳ ଗାଁରେ ଅଭାବନୀୟ ଘଟଣା ଘଟିଛି । ଗାଁ ନିକଟ ଜଙ୍ଗଲରେ ବାରହା ଶିକାର ପାଇଁ ଦାସ ଟୁଡୁ ଓ ଯଦୁନାଥ ମୁର୍ମୁ ବାଣ ଖଞ୍ଜିଥିଲେ । ତେବେ ହଠାତ୍ ବାଣ ଫୁଟିଯିବାରୁ ଦାସ ଟୁଡୁଙ୍କର ମୃତ୍ୟୁ ହୋଇଛି । ଗୁରୁତର ଯଦୁନାଥ ମୁର୍ମୁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଝାରପୋଖରିଆ ପୋଲିସ ଘଟଣାର ତଦନ୍ତ କରୁଛି । ଏନେଇ ବନ ବିଭାଗର କିଛି ପ୍ରତିକ୍ରିୟା ମିଳିପାରିନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.