Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ବନ୍ଧୁକ ସହ ଶିକାରୀ ଗିରଫ, ଜଙ୍ଗଲରେ ନିଆଁ ଲଗାଇ ଶିକାର କରିବାକୁ ରଚିଥିଲା ଷଡ଼ଯନ୍ତ୍ର

5/04/2021 at 5:17 PM

ନୀଳଗିରି ୦୫/୦୪: ଶିକାରୀ ଜଙ୍ଗଲରେ ନିଆଁ ଲଗାଇ ଜନ୍ତୁ ବାହାରିଲେ ତାକୁ ବନ୍ଧୁକରେ ଶିକାର କରିବା ନେଇ ରଚିଥିବା ଷଡ଼ଯନ୍ତ୍ର ଫସର ଫାଟିଛି। ନୀଳଗିରି ରେଞ୍ଜର ମନ୍ଵର ଖାଁଙ୍କ ନେତୃତ୍ୱରେ ବନ କର୍ମଚାରୀ ଶିକାରୀକୁ କାବୁ କରିବାରେ ସଫଳ ହୋଇଛନ୍ତି। ସମ୍ପୃକ୍ତ ଶିକାରୀଙ୍କ ପାଖରୁ ଏକ ଦେଶୀ ବନ୍ଧୁକ, ଦିଆସିଲି ଜବତ ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ଛତ୍ରପୁର ପଞ୍ଚାୟତର କାଦୁଆଳି ଗ୍ରାମର ରବିନ୍ଦ୍ର ରାଉତ ମିତ୍ରପୁର ନିକଟ ପାଟଣା ଗ୍ରାମକୁ ତାଙ୍କ ଶ୍ୱଶୁର ଘରକୁ ଆସିଥିଲେ। ସ୍ୱର୍ଣ୍ଣଚୁଡ ସଂରକ୍ଷିତ ଜଙ୍ଗଲକୁ ଶିକାର କରିବା ଉଦ୍ଦେଶ୍ୟରେ ସେ ବାହାରିଥିଲେ। ନିଆଁ ଲଗାଇଲେ ଜନ୍ତୁ ସହଜରେ ବାହାରକୁ ଆସିବା ଉଦ୍ଦେଶ୍ୟରେ  ଜଙ୍ଗଲରେ ନିଆଁ ଲଗାଇବା ପାଇଁ ଦିଆସିଲି ମଧ୍ୟ ପାଖରେ ରଖିଥିଲେ।

ହେଲେ ପାଟ୍ରୋଲିଂ କରୁଥିବା  ବନବିଭାଗଙ୍କ ହାବୁଡ଼ରେ ପଡିଗଲେ ସେ। ତାଙ୍କ ଠାରୁ ଏକ ଦେଶୀ ବନ୍ଧୁକ, ଦିଆସିଲି ମଧ୍ୟ ଜବତ ହୋଇଥିବା ଜଣାପଡିଛି। ଏନେଇ ନୀଳଗିରି ବନ ବିଭାଗ ୧ ନମ୍ବର ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛନ୍ତି। ସୂଚନାଯୋଗ୍ୟ ଆଖ ପାଖ ସଂରକ୍ଷିତ ଜଙ୍ଗଲରେ ବାରମ୍ବାର ନିଆଁ ଲାଗୁଥିବା ବେଳେ ବନ ବିଭାଗ ନିଆଁ ଲିଭାଇବାକୁ ନାକେଦମ ହେବାକୁ ପଡୁଛି।  ଗିରଫ ଶିକାରୀଙ୍କ ଠାରୁ ଦିଆସିଲି ବାହାରିବା ପରେ ସେ ଜଙ୍ଗଲରେ ଆଗରୁ ନିଆଁ  ଲଗାଇଥାଇପାରେ ବୋଲି ଅନୁମାନ କରାଯାଉଛି।

   Related Posts