Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

କୂଳଡିହା ଅଭୟାରଣ୍ୟରେ ଶିକାରୀ ସକ୍ରିୟ, ଚଢ଼ାଉ ପରେ ମୃତ ହରିଣ ଜବତ,୨ ଗିରଫ ୪ ଫେରାର

2/08/2021 at 10:42 PM

ନୀଳଗିରି, ୦୨/୦୮: ନୀଳଗିରି ଅଞ୍ଚଳରେ ଥିବା କୂଳଡିହା ଅଭୟାରଣ୍ୟରେ ଶିକାରୀ ସକ୍ରିୟ ହୋଇଛନ୍ତି । ବିପଦରେ ଏବେ ଜୀବଜନ୍ତୁ । ଆଜି ସକାଳେ ବନବିଭାଗ ଅଚାନକ ଚଢ଼ାଉ ପରେ ଏକ ମୃତ ହରିଣ ଜବତ କରିବା ସହ ୨ ଜଣଙ୍କୁ ଗିରଫ କାରାଯାଇଥିବା ଜଣାପଡିଛି । କୂଳଡିହା ଅଭୟାରଣ୍ୟରେ ହରିଣ,ସମ୍ବର, ଗୁରାଣ୍ଡି, ଝିଙ୍କ, ବାରାହା ଭଳି ଜନ୍ତୁ ପ୍ରବଳ ପରିମାଣରେ ଅଛନ୍ତି ।

ଅଭୟାରଣ୍ୟର ସୀମାନ୍ତ ଗାଁ ଗୁଡିକରେ ରହୁଥିବା ଶିକାରୀଙ୍କ ଲୋଲୁପ ଦୃଷ୍ଟି ଏବେ ଜନ୍ତୁମାନଙ୍କ ଉପରେ ପଡିଥିବା ଜଣାପଡିଛି । ରେଞ୍ଜର ଦାୟୀତ୍ୱରେ ଥିବା ମନ୍ବର ଖାଁଙ୍କ ନିର୍ଦ୍ଦେଶରେ ଫରେଷ୍ଟର ଓ ବନ କର୍ମଚାରିମାନେ ଆଜି ସକାଳୁ  ଅଚାନକ ଚଢ଼ାଉ କରିଥିଲେ । କଇମହୁଡ଼ି ଅଞ୍ଚଳରୁ ଏକ କୁଇଣ୍ଟାଲ ଓଜନର ମୃତ ହରିଣ ଜବତ କରାଯାଇଥିବା ବେଳେ ସେହି ଅଂଚଳର ଅର୍ଜୁନ ସିଂ (୫୮) ଓ ମକରା ସରେନ (୬୨) ନାମକ ଦୁଇ ଶିକାରୀ ଗିରଫ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରୁ କଇମହୁଡ଼ି ଅଞ୍ଚଳର ବାବୁରାମ ଟୁଡୁ, ଭୁଟା ସରେନ ସାଗନାଳ ଅଂଚଳର ଯଦୁନାଥ ଟୁଡୁ ଓ ବିକ୍ରମ ମୁର୍ମୁ ଫେରାର ହୋଇଥିବା ଜଣାପଡିଛି । ଏନେଇ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଖୁବଶୀଘ୍ର ଫେରାର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ରେଞ୍ଜର ଶ୍ରୀ ଖାଁ ପ୍ରକାଶ କରିଛନ୍ତି।

   Related Posts