ବନ୍ୟ କୁଟୁରାର ମୃତଦେହ ସହ ଶିକାରୀ ଗିରଫ
14/06/2019 at 4:03 PM

ଢେଙ୍କାନାଳ ୧୪|୬: ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅନ୍ତର୍ଗତ କମ୍ପୁଲେଇ ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରୁ ତୀର ମରାଯାଇଥିବା କରାଯାଇଥିବା ଏକ ବନ୍ୟ କୁଟୁରାର ମୃତଦେହ ଜବତ କରିବା ସହ ସମ୍ପୃକ୍ତ ଶିକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ । ଗିରଫ ହୋଇଥିବା ଶିକାରୀ ଜଣକ ହେଉଛନ୍ତି କଙ୍କଡାହାଡ ଥାନା କମ୍ପୁଲେଇ ଗ୍ରାମ ଖଳିବେରେଣା ସାହିର ରତ ମୁଣ୍ଡା । ରତ ଆଜି ଭୋର ସମୟରେ ଧନୁତୀର ସାହାଯ୍ୟରେ ଏକ ବନ୍ୟ କୁଟୁରାକୁ ଶିକାର କରିଥିଲା । ବନ ବିଭାଗ ଏକ ବିଶେଷ ସୂତ୍ରରୁ ଖବର ପାଇ ବନ୍ୟ କୁଟୁରାଟିକୁ ଜବତ କରିବା ସହ ଶିକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021