ବାଘଛାଲ ଜବତ ଘଟଣାରେ ଶିକାରୀକୁ ଗିରଫ କଲା ବନ ବିଭାଗ

Published By : Prameya-News7 Bureau | September 21, 2021 IST

ବାରିପଦା ୨୧।୯: ବାରିପଦାର ଏକ ହୋଟେଲରୁ ବାଘଛାଲ ଜବତ ଘଟଣାରେ ବନ ବିଭାଗ ପକ୍ଷରୁ ଶିକାରୀକୁ ଗିରଫ କରାଯାଇଛି ।  ଶିକାରୀ ଜଣଙ୍କ ହେଉଛନ୍ତି ବାରିପଦା ସଦର ଥାନା ଅନ୍ତର୍ଗତ କେନ୍ଦୁଝରି ଗ୍ରାମର ଲକ୍ଷ୍ମଣ ମୁର୍ମୁ ।  ମଙ୍ଗଳବାର ସକାଳୁ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ତାକୁ ଗିରଫ କରାଯାଇଥିଲା । ତାଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ, ୫ଟି ଧନୁସର, ୧୭ଟି ତୀର ଏବଂ ଅନେକ ଫାଶ ଓ ଜାଲ ଜବତ କରିଛନ୍ତି ।

{"id":515144,"width":754,"height":427,"sizeSlug":"full","linkDestination":"none"}

ତେବେ ଓଆର କେସ୍ ନମ୍ବର ୭୮ବିଏ ୨୧-୨୨ ରୁଜୁ କରି ଲକ୍ଷ୍ମଣଙ୍କ ସମେତ ସୋମବାର ଗିରଫ ହୋଇଥିବା ବିକାଶ ବିନୟ ସିଂ ଓ ବିକାଶ ଚନ୍ଦ୍ର ବେଣ୍ଟକାକୁ କୋର୍ଟ ଚାଲାଣ କରାଯାଇଛି । ସୋମବାର ଏହି ଦୁଇ ଜଣଙ୍କୁ ଏକ ହୋଟେଲରୁ ଗିରଫ କରାଯାଇଥିଲା ଏବଂ ଡିଲ୍ ହେବାକୁ ଥିବା ବାଘ ଛାଲକୁ ମଧ୍ୟ ଜବତ କରାଯାଇଥିଲା ।  ଏନେଇ ବନ ବିଭାଗ ତରଫରୁ ଅଧିକ ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.