ଚିଲିକାରେ ପକ୍ଷୀ ଶିକାର: ୩ ମୃତ ବିଦେଶୀ ପକ୍ଷୀ ଜବତ, ଶିକାରୀ ଗିରଫ
7/01/2021 at 6:29 PM

ଟାଙ୍ଗୀ୭/୧: ଚିଲିକାରେ ଚାଲିଛି ପକ୍ଷୀ ଶୀକାର। ୩ ମୃତ ବିଦେଶୀ ପକ୍ଷୀକୁ ଜବତ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ। ଏହି ପକ୍ଷୀ ଶିକାର ଘଟଣାରେ ଜଣେ ଶିକାରୀ ମଧ୍ୟ ଗିରଫ ହୋଇଛି। ଚିଲିକାରେ ପକ୍ଷୀ ସୁରକ୍ଷା ବଳୟକୁ ଭେଦକରି ଜଣେ ଶିକାରୀ ଅତି ଚତୁରତାର ସହ ବିଦେଶୀ ପକ୍ଷୀମାନଙ୍କୁ ଜାଲ ଓ ଫାଶ ସାହାଯ୍ୟରେ ଶିକାର କରିଥିଲା। ଶିକାର କରି ଫେରିବା ବେଳେ ସୁରକ୍ଷା ବାହିନୀ ତାଙ୍କୁ ଧରିଥିଲା।
ଗିରଫ ଶିକାରୀ ହେଲେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜ୍ ଅଞ୍ଚଳର ଉଜୁଡା ଗୋପିନାଥପୁର ଗାଁର ଗୁରୁଦେବ ସାହୁ। ଏ ନେଇ ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜର ଏକ ମାମଲା ରୁଜୁ କରାଯାଇଛି। ପେଟ୍ରୋଲିଂ ବେଳେ ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର କର୍ମଚାରୀମାନେ ଅତର୍କିତ ରେଡ୍ କରି ଧରପଗଡ କରିଛନ୍ତି।