Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IIFLରୁ ସୁନା ଲୁଟ୍ ମାମଲା : ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୫୦ କରୋନା ସଂକ୍ରମିତ, ୩୧୭୭୮୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||

ସଦା ତାରୁଣ୍ୟର ଉପତ୍ୟାକା ପାକିସ୍ତାନର ହୁଞ୍ଜା ଘାଟି, ୮୦ ବର୍ଷ ବୟସ୍କା ବି ଲାଗନ୍ତି ତରୁଣୀ, ଜାଣନ୍ତୁ କାରଣ

5/06/2019 at 7:06 PM

ପାକିସ୍ତାନରେ ଏଭଳି  ସ୍ଥାନ ଅଛି ଯେଉଁଠାକୁ ବାର୍ଦ୍ଧକ୍ୟ ପ୍ରବେଶ କରିନି । ଯେଉଁ ବୟସରେ ଲୋକେ ସାହାରା ଖୋଜନ୍ତି ଏଠାରେ ସେହି ବୟସର ଲୋକେ ବିବାହ କରି ସନ୍ତାନସନ୍ତତିର ଜନକ ଜନନୀ ହେଉଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ୍ୟ। କାରାକୋରମ ପାର୍ବତ୍ୟମାଳାର ହୁଞ୍ଜା ଘାଟିରେ ଜଣେ ୮୦ ବର୍ଷ ବୟସ୍କା ମହିଳା ବିଶ୍ବର ଅନ୍ୟ ସ୍ଥାନର ୨୫ରୁ ୩୦ ବର୍ଷ ବୟସ୍କାଙ୍କ ସହ ରୂପ,ଲାବଣ୍ୟ ଓ ତାରୁଣ୍ୟରେ ସମାନ।  କେବଳ ମହିଳା ନୁହନ୍ତି ଏଠାରେ ପୁରୁଷ ବି ୯୦ ବର୍ଷ ବୟସରେ ବିବାହ କରି ସନ୍ତାନସନ୍ତତିଙ୍କ ଜନକ ହୋଇପାରୁଛନ୍ତି।

ଏଠାକାର ଲୋକଙ୍କ ତୁଳନା ବିଶ୍ବର ଅନ୍ୟ ସ୍ଥାନ ଛାଡ ପାକିସ୍ତାନର ଅନ୍ୟ କୌଣସି ପ୍ରାନ୍ତର ଲୋକଙ୍କ ସହ ମଧ୍ୟ କରାଯାଇନପାରେ। ହୁଞ୍ଜା ସମ୍ପ୍ରଦାୟର ଲୋକଙ୍କ ନାମାନୁସାରେ ଘାଟିର ନାମକରଣ କରାଯାଇଥିବେଳେ ଏଠାକାର ଲୋକଙ୍କ ହାରାହାରି ଆୟୁ ୧୨୦ ବର୍ଷରୁ ଊର୍ଦ୍ଧ୍ବ। ହୁ଼ଞ୍ଜାମାନେ ନିଜକୁ ସିକନ୍ଦର ଦି ଗ୍ରେଟ୍ ଙ୍କ ବଂଶଜ ବୋଲିଦାବି କରନ୍ତି। ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ସିକନ୍ଦର ଭାରତ ଆକ୍ରମଣ କରିଥିଲେ। ସେତେବେଳେ ଭାରତର ଅଂଶବିଶେଷ ଥିବା ଉତ୍ତର ପାକିସ୍ତାନର କାରାକୋରମ ପାର୍ବତ୍ୟମାଳାକୁ ଏମାନେ ଦଖଲ କରି ରହିଯାଇଥିଲେ। ଯେଉଁମାନଙ୍କୁ ହୁଞ୍ଜକୁଟ୍ସ ବା  ହୁଞ୍ଜା କୁହାଯାଏ। ଏମାନଙ୍କୁ ବୁରୁଷୋ ବୋଲି ମଧ୍ୟ କୁହାଯାଇଥାଏ। କାରଣ ଏମାନଙ୍କ ଭାଷା  ବୁରୁଶାସ୍କି ବୋଲି ସେମାନଙ୍କୁ ଏପରି କୁହାଯାଇଥାଏ।

କୁହାଯାଏ ହୁଞ୍ଜା ସମୁଦାୟର ଲୋକେ ପାକିସ୍ତାନର ଅନ୍ୟ ସମୁଦାୟର ଲୋକଙ୍କ ଠାରୁ ଅଧିକ ଶିକ୍ଷିତ। ଏମାନେ ନିଜକୁ ଇସ୍ଲାମ ଦାବି କରିବା ସହ ଧାର୍ମିକ ରିତିନୀତି ଓ ପରମ୍ପରା ମଧ୍ୟ ପାଳନ କରନ୍ତି। କାରାକୋରମ ଉପତ୍ୟାକାରେ ହୁଞ୍ଜାମାନଙ୍କ ସଂଖ୍ୟା ପ୍ରାୟ ୮୫ ହଜାରରୁ ଊର୍ଦ୍ଧ୍ବ। ସବୁଠୁ ବଡକଥା ହେଲା ହୁଞ୍ଜମାନେ କ୍ୟାନସର ମୁକ୍ତ ସମୁଦାୟ । ଏହି ସମୁଦାୟର ଲୋକେ କ୍ୟାନସର ରୋଗ କଣ ଜାଣନ୍ତି ହିଁ ନାହିଁ। ହୁ଼ଞ୍ଜାଘାଟି ପାକିସ୍ତାନର ପର୍ଯ୍ୟଟନସ୍ଥଳମାନଙ୍କ ମଧ୍ୟରେ ଅନ୍ୟତମ। କାରାକୋରମ ପର୍ବତର ସୌନ୍ଧର୍ଯ୍ୟ ଦେଖିବାକୁ ବିଶ୍ବର ବିଭିନ୍ନ ପ୍ରାନ୍ତରୁ ଏଠାକୁବାର୍ଷିକ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି।

ଉପତ୍ୟାକାର ଜଳବାୟୁ ଓ ପରିବେଶ ଯୋଗୁ ଲୋକେ ଶୀଘ୍ର ବାର୍ଦ୍ଧକ୍ୟ ଆକ୍ରାନ୍ତ ହୁଅନ୍ତି ନାହିଁ।  ହୁଞ୍ଜା ଉପତ୍ୟାକାର ମହିଳାଙ୍କ ପରି ସୁନ୍ଦରୀ ତରୁଣୀ ସମଗ୍ର ପାକିସ୍ତାନରେ ବି ବିରଳ। ଯେଉଁଠାରେ ମହିଳାମାନେ ବାର୍ଦ୍ଧକ୍ୟ ବୟସରେ  ଯୁବତୀ ଭଳି ଲାଗନ୍ତି ସେଠାରେ ପୁରୁଷଙ୍କ କଥା କଳନା କରାଯାଇନପାରେ। ଏଠି ୯୦ ବର୍ଷ ବୟସରେ ବି ପୁରୁଷ ବିବାହ କରି ଘର ସଂସାରକରିପାରୁଛନ୍ତି ।  ଏଠାରେ ୧୨୦ ବର୍ଷ ବୟସର ଲୋକ ଲାଠି ସାହାଜ୍ୟରେ ଚଲାବୁଲକରୁଥିବା ଦେଖାଯାଆନ୍ତି।

ଉପତ୍ୟାକା ଲୋକଙ୍କ ସୁସ୍ଥସ୍ବାସ୍ଥ୍ୟ ଓ ଜୀବନ ଶୈଳୀକୁ ନେଇ ଆଧୁନିକ ସମୟରେ ଅନେକ ପୁସ୍ତକ ମଧ୍ୟ ଲେଖାଯାଇଛି। ଯେଉଁଥିରେ ଅନେକ ଗବେଷଣାତ୍ମକ ନିବନ୍ଧ ମଧ୍ୟଥିବା  ଦେଖାଯାଏ। ଦି ହେଲ୍ଦି ହୁଞ୍ଜାଜ୍ ଓ ଦି ଲାଷ୍ଟ କିଙ୍ଗଡମ ଅଫ ହିମାଲୟାଜକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଯେଉଁଥିରେ ହୁଞ୍ଜା ସମ୍ପ୍ରଦାୟର ଲୋକଙ୍କ ଜୀବନ ଶୈଳୀ ଓ ସେମାନଙ୍କ ପ୍ରାକୃତିକ ସୌନ୍ଧର୍ଯ୍ୟ ପ୍ରସାଧାନ ଆଦିର ବର୍ଣ୍ଣନା ରହିଛି।

   Related Posts