ରାଗି ଗଲେ ଫଟୋଗ୍ରାଫର : ବର ସାମ୍ନାରେ ଡିଲିଟ୍ କଲେ ସବୁ ଫଟୋ…

Published By : Prameya-News7 Bureau | October 01, 2021 IST

ନୂଆଦିଲ୍ଲୀ ୦୧/୦୯: ସାଧାରଣତଃ ସବୁ ବିବାହରେ ଜଣେ ନା ଜଣେ ଫଟୋଗ୍ରାଫର ଥାନ୍ତି।ହେଲେ ଏବେ ଏମିତି ଜଣେ ଫଟୋଗ୍ରାଫରଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ପଢ଼ିବାପରେ ଆପଣ ମାନେ ବିବାହରେ ଫଟୋଗ୍ରାଫର୍ ଙ୍କୁ ଅପମାନ କରିବା ପୂର୍ବରୁ ଶହେ ଥର ଭାବିବେ। ହେଲେ ପ୍ରକୃତରେ ବିବାହକୁ ଆସିଥିବା ଫଟୋଗ୍ରାଫରଙ୍କୁ ବିବାହ ସମୟରେ ଖାଦ୍ୟ ଖାଇବାକୁ ଦିଆଯାଇନଥିଲା, ଯାହା ତାଙ୍କୁ ବହୁତ ଅପମାନିତ କରିଥିଲା ଓ ଏଥିପାଇଁ ସେ ଖୁବ୍ ଜୋରରେ ରାଗି ଯାଇଥିଲେ । ଯାହା ପରେ ସେ ବରର ସାମ୍ନାରେ ସବୁ ଫଟୋକୁ ଡିଲିଟ୍ କରି ଦେଇଥିଲେ ଏବଂ ପରେ ସେଠାକୁ ପଳାଇ ଯାଇଥିଲେ । ବର୍ତ୍ତମାନ ଏହି ଘଟଣା ଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଏନେଇ ଫଟୋଗ୍ରାଫର୍ ଜଣକ କହିଛନ୍ତି ଯେ, ସେ କୌଣସି ଫଟୋଗ୍ରାଫର୍ ନୁହନ୍ତି, ବରଂ ସେ ହେଉଛନ୍ତି ଜଣେ ଡଗ୍ ଗ୍ରୁମର୍ ଅର୍ଥାତ୍‌ କୁକୁରର ଦେଖା ଚାହା କରିଥାଏ । ଯିଏକି ଫେସବୁକ୍ ଓ ଇନଷ୍ଟ୍ରାଗ୍ରାମରେ କୁକୁର ମାନଙ୍କ ଫଟୋ ଉଠାନ୍ତି । ତାଙ୍କର ଜଣେ ସାଙ୍ଗ ଟଙ୍କା ବଞ୍ଚାଇବାକୁ ଯାଇ ତାଙ୍କୁ ନିଜ ବିବାହରେ ଫଟୋ ଉଠାଇବାକୁ କହିଥିଲେ । କିନ୍ତୁ ସେ କହିଥିଲେ ଯେ, ତାଙ୍କୁ ଏ କାମ ଜଣା ନୁହଁ । କିନ୍ତୁ ତାଙ୍କ ସାଙ୍ଗ କହିଥିଲେ ଯେ, ତାଙ୍କୁ କୌଣସି ପରଫେକ୍ସନ୍ ର ଆବଶ୍ୟକତା ନାହିଁ ।

ତେବେ ସେ କରିଥିବା ପୋଷ୍ଟ ମୁତାବକ, ଫଟୋଗ୍ରାଫର୍ ୨୫୦ ଡଲାର୍ (୧୮,୫୫୧ ଟଙ୍କା)ରେ ବିବାହ ଫଟୋ ଉଠାଇବାକୁ ରାଜି ହୋଇଗଲେ । ସେ ପାଖାପାଖି ୧୧ ଟା ସମୟରେ ଫଟୋ ଉଠାଇବା କାମ ଆରମ୍ଭ କରିଥିଲା । ଯାହାକି ପ୍ରାୟ ସନ୍ଧ୍ୟା ୭ଟା ୩୦ ମିନିଟ୍ ରେ ସରିବାର ଥିଲା । ହେଲେ ୫ଟା ସମୟରେ ଯେତେବେଳେ ଖାଇବା ଆରମ୍ଭ ହୋଇଥିଲା ସେତେବେଳେ ତାକୁ କୁହାଯାଇଥିଲା ଯେ, ସେ କୁଆଡେ ଯାଇପାରିବେନି । କାରଣ ଅତିଥି ମାନଙ୍କ ଫଟୋ ଉଠାଇବାର ଅଛି । ଏପରିକି ଫଟୋଗ୍ରାଫର୍ ପାଇଁ ଗୋଟିଏ ଟେବୁଲ ବି ଖାଲି ଛଡ଼ାଗଲା ନାହିଁ ।

ଏହା ବ୍ୟତୀତ ବିବାହ ମଣ୍ଡପରେ ଏସି ବି ନଥିଲା । ଫଳରେ ବହୁତ ଗରମ ବି ହେଉଥିଲା। ଆଖପାଖରେ ପାଣି ବି ନଥିଲା । ତେଣୁ ସେ ବରକୁ କହିଥିଲେ ତାଙ୍କୁ ୨୦ ମିନିଟ୍ ର ବ୍ରେକ୍ ଦରକାର । ଏହା ମଧ୍ୟରେ ସେ କିଛି ଖାଇ ନେବେ । ହେଲେ ବର ସଫା ସଫା ମନା କରିଦେଇଥିଲେ । ଆଉ କହିଥିଲେ ତୁମେ ଫଟୋ ଉଠାଅ ନଚେତ୍ ବିନା ଟଙ୍କାରେ ଘରକୁ ଚାଲିଯାଅ । ଏପରି କହିବା ପରେ ଫଟୋଗ୍ରାଫର୍ ଖୁବ୍ ଜୋରରେ ରାଗି ଯାଇଥିଲେ । ରାଗରେ ଆସି ବର ସାମ୍ନାରେ ସବୁ ଫଟୋକୁ ଡିଲିଟ୍ କରିଦେଇଥିଲେ । ଆଉ ସେଠାରୁ ଚାଲିଯାଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.