ବଙ୍ଗୀୟ ଯୁବତୀଙ୍କୁ ନ୍ୟାୟ ଦେବା ଦ।ବିରେ କେ।ଣାର୍କ ମହିଳା ସଙ୍ଗଠନର ଶତାଧିକ ମହିଳା କଲେ ଥାନା ଘେରାଉ

Published By : Prameya-News7 Bureau | October 20, 2018 IST

କୋଣାର୍କ;୨୦/୧୦- ବଙ୍ଗୀୟ ଯୁବତୀଙ୍କୁ ନ୍ୟାୟ ଦେବା ଦ।ବିରେ କେ।ଣାର୍କ ମହିଳା ସଙ୍ଗଠନର ଶତାଧିକ ମହିଳା କେ।ଣାର୍କ ଥାନା ଘେରାଉ କରିଛନ୍ତି ।  ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଆଉ ଜଣଙ୍କୁ ଅଟକ ରଖିଲା କୋଣାର୍କ ପୋଲିସ । ଅଟକ ଯୁବକ ହେଲେ କାଳିଜାଇ ଲଜ ମ୍ୟାନେଜର ଶିବ ବେହେରା । ଗତକାଲି ବିଭିନ୍ନ ଲଜ୍ ଉପରେ କୋଣାର୍କ ପୋଲିସ ଚଢ଼ାଉ କରି ଶିବ ବେହେରାକୁ ଅଟକ ରଖିଛି । ପୂର୍ବରୁ ପେ।ଲିସ ଏହି ଘଟଣାରେ ଘର ମାଲିକଙ୍କୁ ପଚରାଉଚରା କରି ଛାଡିଦେଇଛି । ଏହି ଘରେ ମଧ୍ୟ ଲଜ୍ ଚାଲିଥିଲା । ଏହି ଲଜ୍ ର ମ୍ୟାନେଜର କୃଷ୍ଣ ବେହେରାଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି । ୧୦ ଦିନ ଧରି ଗୋଟିଏ ଘରେ ୧୦ରୁ ୧୫ ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଥିବା ଅଭିଯେ।ଗ ହେ।ଇଥିଲା । ଲୋକଙ୍କ ସହାୟତାରେ ଯୁବତୀଙ୍କୁ ଉଦ୍ଧାର କରିଥିଲା ପୋଲିସ ଓ ଅଗ୍ନିଶମ ବିଭାଗ । ଗୁରୁତର ପୀଡିତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.