Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମଦ ବିକ୍ରିକୁ ବିରୋଧ ; ମହୁଲି ଦେଶୀ ମଦ ଭାଟିରେ ନିଆଁ ଲଗାଇଦେଲେ ଶତାଧିକ ମହିଳା

17/12/2018 at 4:21 PM

ଗଞ୍ଜାମ ୧୭|୧୨: ଗଞ୍ଜାମ ଜିଲ୍ଲା ପିତ୍ତଳ ଓ ପାକିଡି ଗାଁରେ ମଦ ବିକ୍ରିକୁ ବିରୋଧ । ପିତ୍ତଳ ଗାଁରେ ଥିବା ମହୁଲି ଦେଶୀ ମଦ ଭାଟିରେ ନିଆଁ ଲଗାଇଦେଲେ ଶତାଧିକ ମହିଳା । ମଦ ଭାଟିକୁ ଭଙ୍ଗାରୁଜା କରିବା ସହ ନିଆଁ ଲଗାଯାଇଛି ମହିଳାମାନେ । ଘଟଣାକୁ ନେଇ ଗାଁରେ ଏବେ ଉତ୍ତେଜନା ଲାଗିରହିଥିବା ବେଳେ ଘଟଣାସ୍ଥଳରେ ଆସିକା, ହିଞ୍ଜିଳି ଓ ଶେରଗଡ଼ ଥାନା ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛନ୍ତି। ଘଟଣାସ୍ଥଳରେ ଏବେ ବି ଏକ ପ୍ଲାଟୁନ୍ ପୋଲିସ ମୁତୟନ ହୋଇଛନ୍ତି ।

   Related Posts