Thursday, June 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲକ୍ଷ୍ମୀପୁର ଅଞ୍ଚଳରେ ୧୫ଦିନ ହେବ ଶତାଧିକ ଲୋକ ଜ୍ବରରେ ଆକ୍ରାନ୍ତ

ଲକ୍ଷ୍ମୀପୁର ୧୬|୪: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଗାଁରେ ଶତାଧିକ ଲୋକ ଜ୍ବରରେ ଆକ୍ରାନ୍ତ । ଗତ ୧୫ ଦିନ ମଧ୍ୟରେ ଶତାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ତେବେ ଦୂଷିତ ପାନୀୟ ଜଳ ଯୋଗୁଁ ଏଭଳି ହେଉଥିବା ଅଭିଯୋଗ ହୋଇଛି । ଜନସ୍ବାସ୍ଥ୍ୟ ବିଭାଗ ଦ୍ବାରା ଗାଁକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି ।

କିନ୍ତୁ ୧୦ ମାସ ହେଲାଣି ପାଣି ଟାଙ୍କି ସଫା ହୋଇନଥିବା ବେଳେ ଗାଁର ଅସ୍ବାସ୍ଥ୍ୟକର ପରିବେଶ ଜ୍ବରର ମୁଖ୍ୟ କାରଣ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ଲୋକଙ୍କୁ ଚିକିତ୍ସା କରୁଛନ୍ତି । ଏଥିସହ ଆକ୍ରାନ୍ତଙ୍କ ରକ୍ତ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି । ଏଥି ସହ ଗାଁରେ ବ୍ଲିଚିଂ ପାଉଡର ବି ସିଞ୍ଚନ କରାଯାଉଛି ।

102 Views

   ସମ୍ବନ୍ଧିତ ଖବର