Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ମହିଳା ସହକର୍ମୀଙ୍କୁ ଅସଦାଚରଣ ଅଭିଯୋଗରେ କଲେଜ ଅଧ୍ୟକ୍ଷ ଗିରଫ ଘଟଣାରେ ନୂଆମୋଡ, ସମର୍ଥନରେ ବାହାରିଲେ ଶତାଧିକ ଛାତ୍ରୀ

7/11/2020 at 9:41 AM

ଜୟପୁର ୭।୧୧: ମହିଳା ସହକର୍ମୀଙ୍କୁ ଅସଦାଚରଣ ଓ ଅଶ୍ଳୀଳ ମେସେଜ ପଠାଇବା ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି କୋରାପୁଟ ଜିଲ୍ଲା ସୁନାବେଡା ସ୍ଥିତ ଯୁକ୍ତ ୨ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ପବିତ୍ର ବେଦାନ୍ତ । ଏବେ ଏହି ଘଟଣା ଏବେ ନୂଆମୋଡ ନେଉଛି ।

ଅଧ୍ୟକ୍ଷ ପବିତ୍ର ବେଦାନ୍ତ ନିର୍ଦୋଷ ଓ ତାଙ୍କୁ ଚକ୍ରାନ୍ତ କରି ଫସାଇ ଦିଆଯାଇଥିବା ଅଭିଯୋଗ କରି ତାଙ୍କ ସମର୍ଥନରେ ବାହାରିଛନ୍ତି ଅନେକ ଛାତ୍ରୀ ଓ ପୂର୍ବତନ ଛାତ୍ରୀ । ଏପରିକି ଏହି ଘଟଣା ପଛରେ କାହାର ହାତ ଅଛି ତାର ନିରପେକ୍ଷ ତଦନ୍ତ କରିବାକୁ ଶତାଧିକ ଛାତ୍ରୀ କୋରାପୁଟ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି ।

ସୋସିଆଲ ମିଡିଆରେ ଅଧ୍ୟକ୍ଷଙ୍କ ସମର୍ଥନରେ ଅନେକ ପୂର୍ବତନ ଛାତ୍ରୀ କ୍ୟାମ୍ପେନ ମଧ୍ୟ ଆରମ୍ଭ କରିଛନ୍ତି । ଆଉ ଏହି କ୍ୟାମ୍ପେନରେ ଶହ ଶହ ଲୋକ ଯୋଡି ହେଉଛନ୍ତି । ସେହିପରି ନିଜ ବାପାଙ୍କୁ ନିର୍ଦୋଷ କହି ତାଙ୍କ ଝିଅ ମଧ୍ୟ ଏକ ଇମୋସନାଲ ଅଡିଓ କ୍ଲିପ୍ ଜାରି କରିଛନ୍ତି ।

ମହିଳା ମହାବିଦ୍ୟାଳୟର ଜଣେ ମହିଳା ସହକର୍ମୀଙ୍କୁ ଅସଦାଚରଣ ଅଭିଯୋଗରେ ଅଧ୍ୟକ୍ଷଙ୍କୁ ଗତ ୩ ତାରିଖ ଦିନ ଗିରଫ କରିଥିଲା ସୁନାବେଡା ପୋଲିସ । ତେବେ ଏହା ପଛରେ କଲେଜରୁ ତଡା ଖାଇଥିବା ଜଣେ ପୂର୍ବତନ କର୍ମଚାରୀଙ୍କ ହାତ ରହିଥିବା ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ହେଉଛି।

   Related Posts