ମାଟି ଖୋଳୁଥିବା ବେଳେ ବାହାରିଲା ବ୍ରିଟିଶ ଅମଳର ଶହ ଶହ ରୂପା ମୁଦ୍ରା

Published By : Prameya-News7 Bureau | April 03, 2021 IST

ଭଦ୍ରକ ୦୩/୦୪ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ସୋଧ ଗାଁରେ ଚକିତ କଲା ଭଳି ଘଟଣା ଦେଖିବାକୁ ମିଳିଛି । ପାଇଖାନା ଟାଙ୍କି ଖୋଳୁଥିବା ସମୟରେ ମାଟି ତଳୁ ବାହାରିଲା ବ୍ରିଟିଶ୍ ଅମଳର ରୂପା ମୁଦ୍ରା । ଯାହାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ସୁଅ ଛୁଟୁଛି ।

ସୂଚନା ଅନୁସାରେ, ଗାଁର ମହେନ୍ଦ୍ର ପଣ୍ଡାଙ୍କ ଘରେ ଏକ ପାଇଖାନା ଟାଙ୍କି ଖୋଳାଯାଉଥିଲା । ଶ୍ରମିକମାନେ ମାଟି ଖୋଳୁଥିବା ବେଳେ ଏକ ପୁରୁଣା ଢାଳ ପାଇଥିଲେ । ଉକ୍ତ ନୋଟା ମଧ୍ୟରୁ ବାହାରିଥିଲା ବ୍ରିଟିଶ୍ ଅମଳ ଅର୍ଥାତ ୧୮ଶହ ମସିହାର ଶହ ଶହ ରୂପା ମୁଦ୍ରା । ଏହି ଖବର ପ୍ରଘଟ ହେବା ପରେ ଆଖପାଖ ଅଞ୍ଚଳର ଶତାଧିକ ଲୋକଙ୍କ ଭିଡ ଜମିଥିଲା । ତେବେ ପରିବାର ଲୋକଙ୍କ କହିବା ଅନୁଯାୟୀ, ତାଙ୍କ ପୁର୍ବଜ ମାନେ ଏହାକୁ ପୋତି ରଖିଥିବା ଅନୁମାନ କରାଯାଉଛି ।

wp:gallery {"ids":[432698],"linkTo":"none"} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.