Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଚୂଲିକି ଗଲା କୋଭିଡ କଟକଣା: ମାନିଲେନି ନିୟମ, ପଶୁର ଅନ୍ତ୍ୟେଷ୍ଟି ଶୋଭାଯାତ୍ରାରେ ଏକାଠି ହେଲେ ହଜାର ହଜାର ଲୋକ

24/05/2021 at 11:52 AM

କର୍ଣ୍ଣାଟକ ୨୪/୫ : ସଂକ୍ରମଣ ଚେନକୁ ବ୍ରେକ୍ ଦେବାକୁ ସବୁଠି ତାଲାବନ୍ଦ, ସଟରବନ୍ଦ ବି ଚାଲୁରହିଛି । ଅତ୍ୟାବଶ୍ୟକୀୟ ସେବାକୁ ଛାଡିଦେଲେ ଅନ୍ୟ କାହାକୁ ଘରୁ ବାହାରିବା ମନା ହୋଇଛି । ହେଲେ ଅମାନିଆଙ୍କୁ ବୁଝାଇବ ବା କିଏ । ଯେତେ କଡା କଟକଣା ଲଗାଇଲେ ବି ମାନୁନାହିଁନ୍ତି ଅମାନିଆ । ପ୍ରଶାସନର ନିଷ୍ପତ୍ତିକୁ ବାୟଁ ବାୟ କରି ଉଡାଇ ଦେଉଛନ୍ତି । ଗତକାଲି କର୍ଣ୍ଣାଟକରୁ ନଜର ଆସିଛି ଏଭଳି ଅଭାବନୀୟ ଦୃଶ୍ୟ । କୋଭିଡ କଟକଣା ବଳବତ୍ତର ଥିବା ସତ୍ତ୍ୱେ ଲୋକେ ହଜାର ହଜାର ସଂଖ୍ୟାରେ ଏକାଠି ହୋଇଥିଲେ । ତା ପୁଣି ପଶୁର ଅନ୍ତିମ ଶୋଭାଯାତ୍ରାରେ ।

ଗୋଟିଏ ପଶୁର ମୃତ୍ୟୁ ପରେ ଏକାଠି ହୋଇଥିଲେ ଏତେ ସଂଖ୍ୟାରେ ଲୋକ । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ବେଲାଗାଭିର ମାରାଡିମାଥ ଅଞ୍ଚଳରେ ଗୋଟିଏ ଘୋଡାର ମୃତ୍ୟୁ ପରେ ତାର ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ହଜାର ହଜାର ଲୋକେ । ନାଁ ଥିଲା ମୁହଁରେ ମାସ୍କ ନାଁ ଥିଲା ସାମାଜିକ ଦୂରତା । କେବଳ ସେତିକି ନୁହେଁ ଜଣଙ୍କ ପରେ ଜଣେ ଯାଇ ଫୁଲମାଳ ଦେଇ ଶ୍ରଦ୍ଧାଞ୍ଜଳୀ ବି ଦେଇଥିଲେ । ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ଆଶ୍ଚର୍ଯର କଥା ଏତେ ସଂଖ୍ୟାରେ ଲୋକ ଭିଡ ହୋଇଥିଲେ ବି ଏକଥା କେମିତି ଜାଣିପାରିଲେନି ପ୍ରଶାସନ । ଏହାକୁ ଦେଖିଲେ ଲାଗୁଛି ଲୋକଙ୍କ ମନରେ ନାହିଁ କରୋନା ପ୍ରତି ଭୟ ବା ଡର ।

   Related Posts