ସାମାଜିକ ଦୂରତା ନିୟମକୁ ଫୁ : ବିବାହ ଭୋଜିରେ ଭିଡ ଜମାଇଲେ ଶତାଧିକ ଲୋକ

Published By : Prameya-News7 Bureau | June 14, 2020 IST

ବାଲିଗୁଡା ୧୪।୬: ସାରା ବିଶ୍ବରେ କରୋନା ମହାମାରୀ କାୟା ବିସ୍ତାର କରିଚାଲିଛି । ଦିନକୁ ଦିନ ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଥିବା ବେଳେ କନ୍ଧମାଳ ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ୍-୧୯ର ମୁକାବିଲା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସଚେତନ ଗୀତ ମାଧ୍ୟମରେ ସଚେତନତା ସତ୍ତ୍ବେ ଏହାର  କୌଣସି ସୁପ୍ରଭାବ ପଡୁଥିବା ଦେଖିବାକୁ ମିଳୁନାହିଁ ।

{"id":286120,"width":580,"height":415,"sizeSlug":"large"}

ଗ୍ରାମାଞ୍ଚଳରେ ସଚେତନତା ଅଭାବରୁ ଲୋକେ କଟକଣାକୁ ନମାନି  ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ ବି ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ । ବିବାହ ବ୍ରତ ଓ  ଧାର୍ମିକ କାର୍ଯ୍ୟକ୍ରମରେ  ଅନ୍ୟୂନ ୨୦ ଜଣ ଲୋକ ରହିବା ପାଇଁ ଅନୁମତି ସତ୍ତ୍ବେ ବାଲିଗୁଡା ଉପଖଣ୍ଡର ବିଭିନ୍ନ ଥାନା ଅଞ୍ଚଳରେ ସାମାଜିକ କାର୍ଯ୍ୟକ୍ରମରେ ବହୁ ଜନ ସମାଗମ ଦେଖିବାକୁ ମିଳିଛି । ସେହିପରି ସାପ୍ତାହିକ ହାଟ ଓ  ଦୋକାନ ବଜାର ଗୁଡିକରେ ବିନା ମାସ୍କରେ ସାମାଜିକ ଦୂରତ୍ବକୁ ଭୁଲି ଓ ମହାମରୀ କରୋନାକୁ ନ ଡରି ଆଇନକୁ ଭାଙ୍ଗି ଶହ ଶହ ଲୋକ ରୁଣ୍ଡ ହେଉଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲିଗୁଡାରେ ।

{"id":286123,"sizeSlug":"large"}

କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ପୋଇସରୁ ଗାଁରେ ଶନିବାର ଦିନ ଏକ ବିବାହ ଭୋଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶହ ଶହ ଲୋକ ବିବାହ ଭୋଜିରେ ରୁଣ୍ଡ ହୋଇଥିବା ବେଳେ ନା ସେମାନେ ମାସ୍କ ପରିଧାନ କରିଥିଲେ ନା ଥିଲା ସାମାଜିକ ଦୂରତା । ଫଳରେ କାଳେ କରୋନା ସଂକ୍ରମିତ ବ୍ୟକ୍ତି ଭୋଜିରେ ଯୋଗ ଦେଇଥିଲେ ସଂକ୍ରମଣ ବଢିବ ବୋଲି ଆଶଙ୍କା କରାଯାଉଛି ।

{"id":286124,"width":580,"height":469,"sizeSlug":"large"}

କିଛି ଦିନ ତଳେ କୋଟଗଡ ଥାନା ଅନ୍ତର୍ଗତ ମାଦାଗୁଡା ପଞ୍ଚାୟତର ବୁଡାଗୁଡା ଗାଁରେ ମଧ୍ୟ ଅନୁରୂପ ଭାବେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଖୋଦ୍ ସରପଞ୍ଚ ବିବାହ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ କିନ୍ତୁ ସରପଞ୍ଚଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.